କଟକ ସଦର, ୨୪/୦୨/୨୦୨୪ (ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): କିଶନନଗର ତହସିଲ ଅନ୍ତର୍ଗତ କୋଟୁଆଁ ମୈ।ଜାର ଶତାଧିକ ଭୂମିହୀନ ଓ ହରିଜନ ଚାଷୀ କେଉଁ ଅନାଦି କାଳରୁ ତାଳଦଣ୍ଡା କେନାଲ ବନ୍ଧ କଡରେ ଥିବା ୨୬ ଏକର ଚିରକାଳ ଜମିକୁ ଲିଜ୍ ସୂତ୍ରରେ ନେଇ ଚାଷ କରି ଗୁଜୁରାଣ ମେଣ୍ଟାଉଥିଲେ।ଏଵେ କିଛି ବର୍ଷ ହେଲା ସେମାନଙ୍କୁ ଆଉ ଲିଜ୍ ଦିଆନଯାଇ କେଵଳ ଜବରଦଖଲ ଆଳରେ ରାଜସ୍ବ ଆଦାୟ କରାଯାଇ ପାଉତି ଦିଆ ଚାଲିଛି। ଏଵେ ଦୁଇ ଦିନ କାହାକୁ କିଛି ନଜଣାଇ ଉକ୍ତ ମୁଗ ଚାଷ ହୋଇଥିବା ଜମିରୁ ମାଟି ମାଫିଆ ମାନେ ଜେସିଵି ସାହାଯ୍ୟରେ ମାଟି ଖୋଳି ଟ୍ରାକ୍ଟର ମାନଙ୍କ ସାହାଯ୍ୟରେ ମାଟି ପରିବହନ କରିଵାକୁ ଉଦ୍ୟମ କରିଥିଲେ। ଏହା ଜଣାପଡିବା ପରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ସେମାନଙ୍କୁ ଗୋଡେଇଵା ଫଳରେ ମାଟି ମାଫିଆ ମାନେ ଜେସିଵି ଓ ଟ୍ରାକ୍ଟର ସବୁକୁ ନେଇ ଛତ୍ରଭଙ୍ଗ ଦେଇଥିଲେ। ହେଲେ ଏହି ବିବାଦ ଏଵେ ନୂଆ ମୋଡ ନେଇଥିବା ଜଣାପଡ଼ିଛି। ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନାହି ନ୍ୟାୟରେ ଜଳ ସଂପଦ ଵିଭାଗ ଏଥିରେ ହସ୍ତକ୍ଷେପ କରିଛି। କେନାଲ ବନ୍ଧ ରାସ୍ତାର ସଂପ୍ରସାରଣ ପାଇଁ ଆମେ ଆମ ସଂରକ୍ଷିତ ଜମିରୁ ଜୋର ଜବରଦସ୍ତି ପୋଲିସ ଲଗାଇ ମାଟି ଉଠାଇଵୁ ଵୋଲି କହିଥିବା ଜଣାପଡିଵା ପରେ ଏଵେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଵା ସହିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଳସମ୍ପଦ ବିଭାଗ ଦାଵି କରୁଥିବା ଚିରକାଳ ଜମି ଯଦି ତାଙ୍କର ତେବେ ରାଜସ୍ବ ପ୍ରଶାସନ ଦଖଲ କରୁଥିବା ଚାଷୀଙ୍କ ଠାରୁ ରାଜସ୍ବ ଆଦାୟ କରୁଥିଲା କାହିଁକି ଵୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କ୍ଷତିଗ୍ରସ୍ତ ହେଵାକୁ ଯାଉଥିବା ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ପ୍ରଶାସନିକ ସ୍ତରରେ ଉକ୍ତ ବିବାଦର ସମାଧାନ କରାଯିବାକୁ ସାଧାରଣରେ ଦାବି ହେଉଛି ।