ଆଞ୍ଚଳିକ ଯୋଜନା ପ୍ରଯୁକ୍ତି ଅର୍ଥନୀତି ଓ ପରିସଂଖ୍ୟାନ ଶିକ୍ଷା ନିବେଶ ଙ୍କ ଓଡିଶା ବିଧାନସଭା ପରିଭ୍ରମଣ

ଭୁବନେଶ୍ୱର,୦୫/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଆଜି ତା ୦୫.୦୪.୨୦୨୪ ରିଖ ଆଞ୍ଚଳିକ ଯୋଜନା ପ୍ରଯୁକ୍ତି ଅର୍ଥନୀତି ଓ ପରିସଂଖ୍ୟାନ ଅନୁଷ୍ଠାନ ତରଫରୁ ୫୩ ଜଣ ଶିକ୍ଷା ନିବେଶ ଓଡିଶା ବିଧାନସଭା ପରିଭ୍ରମଣ କରିଥିଲେ । ଏହି ଅବସରରେ ବିଧାନସଭାର କାର୍ଯ୍ୟାବଳୀ ସଂପର୍କରେ ଉକ୍ତ ଶିକ୍ଷା ନିବେଶ ମାନଙ୍କୁ  ଓଡିଶା ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ, ଯୁଗ୍ମ ସଚିବ ଶ୍ରୀ ସତୀଶ ମିଶ୍ର, ଯୁଗ୍ମ ନିର୍ଦ୍ଦେଶକ (ଗ୍ରନ୍ଥାଗାର) ଶ୍ରୀମତୀ ଆରତି ମିଶ୍ର, ନିରାପତ୍ତା ଅଧିକାରୀ ଶ୍ରୀ ଗୋପାଳ କୃଷ୍ଣ ବେହେରା ଓ ବିଧାନସଭାର କର୍ମଚାରୀମାନେ ତାଲିମ ପ୍ରଦାନ କରିଥିଲେ । ଏହି କର୍ଯ୍ୟକ୍ରମରେ ଉକ୍ତ ସଂସ୍ଥାନର ନିର୍ଦ୍ଦେଶକ ଶ୍ରୀ ଅକ୍ଷୟ କୁମାର ରାଉତରାୟ ଓ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୃତିକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *