ବଡ଼ବିଲ ପୌରପରିଷଦ ପକ୍ଷରୁ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ବଡ଼ବିଲ, ୩୦/୯/୨୦୨୪ (ଓଡ଼ିଶା ସମାଚାର)-କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରପରିଷଦ ପକ୍ଷରୁ ଆଜି ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଡ଼ବିଲ ନଗରପାଳ ଲକ୍ଷ୍ମଣ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ବଡ଼ବିଲ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱଜିତ  ରାୟଙ୍କ ସମେତ ପୌରପରିଷଦର ସମସ୍ତ ଅଧିକାରୀ , ଇଞ୍ଜିନିୟର , କାଉନସିଲର , କର୍ମଚାରୀ , ସ୍ୱଚ୍ଛସାଥୀ , ଏବଂ ସଫେଇ କର୍ମଚାରୀ , ଓ ସ୍କୁଲର କୁନି କୁନି ପିଲା ମାନେ ଏହି ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ସାମିଲ ହୋଇ ଏହି ସଚେତନତା ସଭାଯାତ୍ରରେ ବାହାରି ସ୍ଲୋଗାନ ମାଧ୍ୟମରେ ସ୍ଵଚ୍ଛତାର ବିଭିନ୍ନ ଦିଗ ଉପରେ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ପୌରପରିଷଦର ସମସ୍ତେ ସାମିଲ ହୋଇ ବଡ଼ବିଲ କଲେଜ ପରିସର ସଫେଇ କରିଥିଲେ । କଲେଜର ବିଭିନ୍ନ ଅଳିଆ ଅପରିଷ୍କାର ସ୍ଥାନ ସବୁ ଝାଡୁ ମାରି ସଫେଇ କରିବା ସହ ପରିସରରେ ଥିବା ସମସ୍ତ ମଇଳା , ଅଳିଆ ଆବର୍ଜନା , ଓ ଅନାବନା ଗଛ ସବୁ ମିଳିତ ଭାବେ ସଫା କରିଥିଲେ । ପରେ ବଡ଼ବିଲ ନଗରପାଳ ଲକ୍ଷ୍ମଣ ମହାନ୍ତ କହିଥିଲେ ଯେ,ସ୍ଵଚ୍ଛତା ହିଁ ସେବା ଏହା ମନୁଷ୍ୟର ପ୍ରକୃତି ହେବା ଉଚିତ, ଯାହାକି , ସ୍ୱଭାବରେ ହିଁ ସ୍ଵଚ୍ଛତା ଲକ୍ଷ କରାଯାଇଥାଏ । ଏଥିରେ ମନୁଷ୍ୟର ପ୍ରକୃତି ଅନ୍ତର୍ଭୁକ୍ତ ହୋଇଗଲେ ପ୍ରତ୍ୟେକ ଲୋକ ନିଜ ଘର ଠାରୁ ସ୍ଵଚ୍ଛତା ଆରମ୍ଭ କରିବେ ଏବଂ ଏହା ସମାଜ ସହିତ ଦେଶ ଓ ଜାତି ପାଇଁ ମଧ୍ୟ ସ୍ଵଚ୍ଛତା ରଖିପାରିବେ । ଏ ଦିଗରେ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ସ୍ଵଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ଆମ ରାଜ୍ୟ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସାରା ରାଜ୍ୟରେ ସ୍ଵଚ୍ଛତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ପରିବେଶ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ସଦା ସର୍ବଦା ତତ୍ପର ରହିବା ସହିତ ଅନ୍ୟ ମାନଙ୍କୁ ପ୍ରେରଣା ଦେବା ପାଇଁ ଆଗ୍ରହ ପ୍ରକାଶ କରିବା ସହ ଏ ଦିଗରେ ସମସ୍ତେ ସହଯୋଗ କରି ନିଜ ନିଜ ଘର ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ କହିଥିଲେ ।

Leave a Reply

Your email address will not be published. Required fields are marked *