ରାଉରକେଲା ଆଇନ ମହାବିଦ୍ୟାଳୟରେ ଉତ୍କଳ ଦିବସ ପାଳନ

ରାଉରକେଲା,୦୪/୦୪/୨୦୨୪(ଓଡ଼ିଶା ସମାଚାର)- ରାଉରକେଲା ଆଇନ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ ବିଭୁରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୮୯ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ  ମୁଖ୍ୟଅତିଥି ଭାବେ ଯୋଗ ଦେଇ ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର ଓ ମୁଖ୍ୟବକ୍ତା ଭାବେ ରାଉରକେଲା ଓକିଲ ସଂଘର ଉପସଭାପତି ରାଜକିଶୋରେ ପ୍ରଧାନ ଯୋଗଦେଇ ଓଡିଆ ଭାଷା ସାହିତ୍ୟର ସୁରକ୍ଷା ପାଇଁ ସଂଗ୍ରାମ କରିଥିବା ମହମନୀଷୀ  ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଆମ ଭାଷାର ସୁରକ୍ଷା ଓ ସ୍ଵାଭିମାନ ପାଇଁ କାର୍ଯ୍ୟ କରିବା  ସକାଶେ ଆହ୍ବାନ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ଓଡିଶା ପ୍ରଦେଶ ଗଠନର ଇତିହାସ , ଓଡ଼ିଶା ର ଐତିହ୍ୟ, ପରମ୍ପରା ଉପରେ ଏକ ବିସ୍ତୃତ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷ ଡ ପଟ୍ଟନାୟକ ସ୍ବାଗତ ଭାଷଣ ଓ ଉତ୍କଳ ଦିବସ ପାଳନ ର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ  କର୍ମଚାରୀ ଯୋଗଦାନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ  କାର୍ଯ୍ୟକ୍ରମ କରାଯାଇଥିଲା । କାର୍ଯ୍ୟକ୍ରମକୁ ଛାତ୍ରୀ ସୁଶ୍ରୀ ପରିସ୍ମିତା ସେଠି ପରିଚାଳନା କରିଥିଲେ ଓ ରମା ଅଗ୍ରୱାଲ ଙ୍କ ଦ୍ଵାରା ଓଡିଶୀ ନୃତ୍ୟ “ତୁହିମା ଜନମ ଭୂମି” ପରିବେଷଣ କରଯାଇଥିଲା । ଯାହା ଅତୀବ ଚିତ୍ତାକର୍ଷକ ଥିଲା । ପରିଶେଷରେ ମହାବିଦ୍ୟାଳୟର ଛାତ୍ରୀ ଶର୍ମିଷ୍ଠା ମହାନ୍ତିଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରଯାଇଥିଲା ।

Leave a Reply

Your email address will not be published. Required fields are marked *