ଲକ୍ଷ୍ମୀପୁର ୧୮/୦୧/୨୦୨୪ (ଓଡ଼ିଶା ସମାଚାର/ପ୍ରମୋଦ ଜେନା) – ଆଜି ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଲକ୍ଷ୍ମୀପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଶ୍ରୀ ଗିରିଜା କୁମାର ଚୌଧୁରୀଙ୍କ ସଭାପତିତ୍ବରେ ଓଡିଶା ସରକାରଙ୍କ ଦ୍ଵାରା ହେଉଥିବା ନୂଆ ଓଡିଶା ଯୁବ ଓଡିଶା କାର୍ୟ୍ୟକ୍ରମ ଅନ୍ତର୍ଗତ ବିଶ୍ଵ ଓଡ଼ିଆ ସାହିତ୍ୟ ସମ୍ମିଳନୀ ପାଳନ ଅବସରରେ ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ସମ୍ଭନ୍ଧିତ ସଭା ଅନୁଷ୍ଠିତ ହୋଇଥିଲା।ଏହି କାର୍ୟ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କୋରାପୁଟ ସ୍ଥିତ ଶାବର ଶ୍ରୀକ୍ଷେତ୍ରର ଭ୍ରମଣ ପରିଚାଳକ ତଥା ବରିଷ୍ଠ ଆଇନ୍ ଯିବି ଅଜିତ ପାତ୍ର ଯୋଗଦେଇ ଜଗନ୍ନାଥ ସଂସ୍କୃତି ବିଷୟରେ ବର୍ଣ୍ଣନା କରି ଆମ ମାତୃଭାଷା ଓଡିଆ ଭାଷାକୁ ଗୁରୁତ୍ୱ ଦେବା ସହ ଏହାକୁ ବହୁଳ ଭାବରେ ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ। ମୂଖ୍ୟ ବକ୍ତା ଭାବେ କୋରାପୁଟର ଇଞ୍ଜିନିୟର ଶ୍ରୀ ବିଶ୍ଵାଳ ଓଡିଆ ସାହିତ୍ୟର ଇତିହାସ ଓ ମହତ୍ବ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଅଧ୍ୟାପକ ତାରେଣୀ ପ୍ରସାଦ ଶତପଥୀ, ଶୀତଳ ପ୍ରସାଦ ଦାସ, ଲକ୍ଷ୍ମୀକାନ୍ତ ଟାକ୍ରୀ, ଲାଲୁ ହରିଜନ ଏବଂ ଅଧ୍ୟାପିକା ମଧୁସ୍ମିତା ବିଶ୍ଵାଳ , ହେଲେନା ପ୍ରିୟଦର୍ଶିନୀ ସିଂ, ମୌତୁସୀ ପ୍ରଧାନ, ବୈଶାଖୀ ଦୀପ୍, ଯୁକ୍ତ ତିନି ମୋ କଲେଜ ଅଧିକାରୀ ଅଧ୍ୟାପିକା ସୁଶ୍ରୀ ତିଳୋତ୍ତମା ପଟ୍ଟନାୟକ ତଥା ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଏହି କାର୍ୟ୍ୟକ୍ରମକୁ ଅଧ୍ୟାପକ କାହ୍ନୁ ଚରଣ ବିଶୋୟୀ ପରିଚାଳନା କରିଥିଲେ ଓ ଶେଷରେ ଅଧ୍ୟାପକ ଯଶୋବନ୍ତ ଗରଡା ଧନ୍ୟବାଦ ଅର୍ପଣ କରିଥିଲେ।