ବନ୍ଧୁପୁର  ଓ ଜନାର୍ଦ୍ଦନପୁର ପଞ୍ଚାୟତ ରେ ବି ଜେ ଡି ସାଙ୍ଗଠନିକ ବୈଠକ

 ନିଶ୍ଚିନ୍ତକୋଇଲି,୦୪/୦୪/୨୦୨୪(ଓଡିଶା ସମାଚାର /ଅଭୟ ଜେନା)- ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବନ୍ଧୁପୁର  ଓ ଜନାର୍ଦନପୁର ଗ୍ରାପ ରେ ବିଜେଡି ର ସାଙ୍ଗଠନିକ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ବନ୍ଧୁପୁର ଗ୍ରାପ ର ରଘୁନାଥ ଜୀଉ ମଠ ରେ ଅନୁଷ୍ଠିତ କର୍ମୀ ସମ୍ମିଳନୀ ରେ ସଭାପତି ନାରାୟଣ ସ୍ୱାଇଁ ଙ୍କ ସଂଯୋଜନା ଓ ଜିଲ୍ଲାରିଷଦ ସଭ୍ୟ ଇଂ ବିଳାଶ କୁମାର ଭୋଇ ସଭାପତିତ୍ୱ  କରିଥିଲେ । ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ତଥା ଆଗାମୀ ନିର୍ବାଚନ ରେ ବିଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା ଯୋଗଦେଇ କଟକ ସଦର ପ୍ରଗତି ରଥରେ ସମସ୍ତେ ସାମିଲ ହୋଇ ଏହାର ସ୍ୱାଭିମାନ କୁ ବଜାୟ ରଖିବା ପାଇଁ ଶଙ୍ଖ ଚିହ୍ନ ରେ ଭୋଟ ଦେବାକୁ ନିବେଦନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ, ତରଣୀସେନ ଜେନା, ପଯ୍ୟବେକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ,ନୃସିଂହ ଚରଣ ମୁଦୁଲି,ସରପଞ୍ଚ ଜୟନ୍ତୀ ଗୋଛାୟତ, ମାନଗୋବିନ୍ଦ ଦାସ, ଶରତ ସାମଲ, ରତିକାନ୍ତ ଭୂୟାଁ, କାଳିନ୍ଦୀ ଭୋଇ,ଚନ୍ଦ୍ର କାନ୍ତ ପରିଡାଙ୍କ ସମେତ ବହୁ କର୍ମୀ ଯୋଗଦେଇ ଶଙ୍ଖ ଚିହ୍ନ ରେ ବିପୁଳ ଭୋଟ ଦେବାକୁ ବଜ୍ର ଶପଥ ନେଇଥିଲେ । ସେହିପରି ଜନାର୍ଦନପୁର ଗ୍ରାପ  ଶନିଶ୍ଚର ପୀଠ ରେ ଆୟୋଜିତ ସାଙ୍ଗଠନିକ ବୈଠକ ରେ ସରପଞ୍ଚ ବିଶ୍ୱଭୁଷଣ ନାୟକ ସଭାପତିତ୍ୱ କରିଥିଲେ ।ଏଥିରେ ବିଧାୟକ ପ୍ରାର୍ଥୀ ଶ୍ରୀ ଚନ୍ଦ୍ର ସାରଥୀ ବେହେରା, ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ଭୋଇ, ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ଦାସ,  ଶ୍ରୀ ସ୍ୱାଇଁ, ଶ୍ରୀ ମୁଦୁଲିଙ୍କ ସମେତ ପ୍ରଦୀପ୍ତ କିଶୋର ଷଡ଼ଙ୍ଗୀ, ପ୍ରମୋଦ କୁମାର ନାୟକ, ରଘୁନାଥ ପୁରୀ, ଭ୍ରମରବର ଦାସ, ମୀନକେତନ ନାୟକ, ସମିତି ସଭ୍ୟ ରଞ୍ଜନ କୁମାର ବେହେରା,ବିଜେ ଡି ସଭାପତି ଅଜିତ କୁମାର ସାହୁ, ତ୍ରିଲୋଚନ ରାଉତ, ରଶ୍ମୀକାନ୍ତ ସ୍ୱାଇଁ, ବ୍ରହ୍ମାନନ୍ଦ ସାହୁ, ଅକ୍ଷୟ ବେହେରା ପ୍ରମୁଖ ବହୁ କର୍ମୀ ଯୋଗ ଦେଇ ବିଧାୟକ ଓ ସାଂସଦ ପ୍ରାର୍ଥୀ ଙ୍କୁ ଶଙ୍ଖଚି଼ହ୍ନ ରେ ଭୋଟ ଦେବାକୁ ବଜ୍ର ଶପଥ ନେଇଥିଲେ ।

Leave a Reply

Your email address will not be published. Required fields are marked *