ନିଶ୍ଚିନ୍ତକୋଇଲି, ୨୬/୦୫/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)ନିଶ୍ଚିନ୍ତକୋଇଲି ବ୍ଲକ ସାନ୍ତପୁର ପଞ୍ଚାୟତ ରହଂସ ଗ୍ରାମର ବିଶିଷ୍ଟ ସମାଜସେବୀ, ପୁରୁଖା କଂଗ୍ରେସ ନେତା, ପୂର୍ବତନ ସରପଞ୍ଚ ସୋମନାଥ ମହାପାତ୍ର ଙ୍କର ୯୮ ବର୍ଷ ବୟସରେ ପରଲୋକ ଘଟିଛି । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲ ।
ଅବିଭକ୍ତ ନେମାଳ ପଞ୍ଚାୟତ ର ସେ ସରପଞ୍ଚ ଥିଲେ । ସେ ପ୍ରାକ୍ତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ପଟ୍ଟନାୟକ, ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ
ପଟ୍ଟନାୟକ, ପ୍ରାକ୍ତନ ଏମ. ପି ଜୟନ୍ତୀ ପଟ୍ଟନାୟକ, ପ୍ରାକ୍ତନ ବିଧାୟକ ମାୟାଧର ସେଠୀ, ପ୍ରାକ୍ତନ ମନ୍ତ୍ରୀ ବଟକୃଷ୍ଣ ଜେନା ଙ୍କ କାର୍ଯ୍ୟକରି ନେମାଳ, ସାନ୍ତ ପୁର ପଞ୍ଚାୟତ ସମେତ ସମଗ୍ର ମହାନଦୀ ଚିତ୍ରୋତ୍ପଳା ଓ ଲୁଣା ଚିତ୍ରୋତ୍ପଳା ଦ୍ବିପାଞ୍ଚଳ ରେ ବିଭିନ୍ନ ଉନ୍ନୟନ ଓ ବିକାଶ ମୂଳକ କାର୍ଯ୍ୟ ସମ୍ପାଦନ ରେ ସହାୟତା କରିଥିଲେ।
ପରଲୋକ ସମୟରେ ଏକମାତ୍ର କନ୍ୟା ଉର୍ମିଳା ଭୂୟାଁ, ଜାମାତା ଶ୍ରୀବତ୍ସ ଭୂୟାଁ, ସହଧର୍ମିଣୀଅମ୍ବିକା ମହାପାତ୍ର ଙ୍କ ସମେତ ଆତ୍ମୀୟ ସ୍ୱଜନ, ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ଚିତ୍ରୋତ୍ପଳା ତଟରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ବିୟୋଗରେ ଡ଼. ଗୋବିନ୍ଦ ଭୂୟାଁ, କଂଗ୍ରେସ ନେତା ନାରାୟଣ ଦ୍ବିବେଦୀ, ବରିଷ୍ଠ ସାମ୍ବାଦିକ ଅଭୟ ଜେନା ଙ୍କ ସମେତ ସ୍ଥାନୀୟ ଅଞ୍ଚଳ ର ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି ।
