ଯାଜପୁର ଜିଲା ସ୍ତରୀୟ ଉତ୍କଳ ଦିବସ -୨୦୨୪ ନିରାଡମ୍ୱର ଭାବେ ପାଳିତ ।

ଯାଜପୁର, ୦୧/୦୪/୨୦୨୪ (ଓଡ଼ିଶା ସମାଚାର)-ଆଜି ଜିଲା ସଦର ମହକୁମା ଠାରେ ଯାଜପୁର ଜିଲା ସ୍ତରୀୟ ଉତ୍କଳ ଦିବସ -୨୦୨୪ ନିରାଡମ୍ୱର ଭାବେ ପାଳିତ ହୋଇଯାଇଅଛି । ଜିଲା ପ୍ରଶାସନ, ଜିଲା ସୂଚନା ଓ ଲୋକ ସଂପର୍କ ବିଭାଗ ଏବଂ ଜିଲା ସ୍କୁଲର ମିଳିତ ଆନୁକୂଲ୍ୟରେ ଦିବସରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ, ରାଜସ୍ୱ, ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ସମ୍ମାନିତ ଅତିଥି ଭାବେ ଉପଜିଲାପାଳ ଶ୍ରୀ ଅଂଶୁମାନ ଶତପଥୀ, ଯାଜପୁର ଜିଲା ପୌର ନିର୍ବାହୀ ଅଧିକାରୀ ଶ୍ରୀ ଆଲୋକ କୁମାର ମହାନ୍ତି, ଯାଜପୁର ଜିଲା ସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ଆଲୋକ କୁମାର ବନ୍ଧ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳର ବରପୁତ୍ର ଓ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ ।
ସକାଳ ୮.୦୦ ଘଟିକା ସମୟରେ ଗାନ୍ଧି ଛକ ସ୍ଥିତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତିିର୍ରେ ମୁଖ୍ୟ ଅତିଥି ଏବଂ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ପରେ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ବିଦଗ୍ଧ କବି ଅଭିମନୁ୍ୟ ସାମନ୍ତସିଂହାର, କବି ମଂଜୁଳ କୃଷ୍ଣ ପ୍ରସାଦ ବସୁ ଓ ସମ୍ୱିଧାନ ପ୍ରଣେତା ବାବା ସାହେବ ଆମ୍ୱେଦକରଙ୍କ ପ୍ରତିମୂର୍ତିରେ ମୁଖ୍ୟ ଅତିଥି ଏବଂ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ଏହାପରେ ଜିଲା ସ୍କୁଲ ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀ, ଡଃ ସାର୍ବପଲି ରାଧାକ୍ରିଷ୍ଣନ୍, ଶାନ୍ତିଦୂତ ଲାଲ୍ବାହାଦୁର ଶାସ୍ତ୍ରୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, କୁଳବୁଦ୍ଧଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାସ, ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ବୃନ୍ଦ ପ୍ରତିମୂର୍ତି ଗୁଡିକରେ ମାଲ୍ୟାର୍ପଣ କରିଥିଲେ । ଯାଜପୁର ଜିଲା ସ୍ତରୀୟ ୮୯ତମ ଉତ୍କଳ ଦିବସ -୨୦୨୪ ପାଳନ ଉପଲକ୍ଷେ ଜିଲା ସ୍କୁଲ ପରିସରରେ ବିଦ୍ୟାଳୟର ସ୍କାଉଟ୍, ଗାଇଡ୍, ଏନସିସି ଓ ଅନ୍ୟାନ୍ୟ ଛାତ୍ର ଛାତ୍ରୀ, ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କ ଗହଣରେ ଉତ୍କଳର ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ଏବଂ ପାରଳା ମହାରାଜା ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବ ଙ୍କ ପଂଟୋ ଚିତ୍ରରେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ବୃନ୍ଦ ମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରି ଶ୍ରଦ୍ଧାଂଜଳୀ ଜ୍ଞାପନ କରିଥିଲେ । ଛାତ୍ର ଛାତ୍ରୀମାନେ ରାଜ୍ୟ ଜାତୀୟ ଆଂଚଳିକ ସଂଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରିଥିଲେ । ଦିବସର କାର୍ଯ୍ୟକ୍ରମ ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା ସଂଚାଳନ କରିଥିିବା ବେଳେ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ । ଏଠାରେ ଉଲ୍ଳ୍ଖେ ଯୋଗ୍ୟ ଯେ, ସାଧାରଣ ନିର୍ବାଚନ ଲୋକସଭା ଓ ରାଜ୍ୟ ବିଧାନ ସଭା ୨୦୨୪ ଆଦର୍ଶ ଆଚରଣବିଧି ଲାଗିଥିବାରୁ ଦିବସକୁ ନିରାଡମ୍ୱର ଭାବେ ପାଳନ କରାଯାଇଥିଲା । ଦିବସରେ ଜିଲା ସ୍କୁଲର ଶିକ୍ଷକ ଜୟୀଋଦ୍ଧିନ ଖାଁ ଙ୍କ ସମେତ ଜିଲା ସ୍କୁଲ ଓ ଜିଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳର କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ । ଦିବସରେ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଆମ୍ୱୁଲାନ୍ସ ସେବା, ଜନସ୍ୱାସ୍ଥ୍ୟ ବିଭାଗ ତରପଂରୁ ପାନୀୟ ଜଳ ଟାଙ୍କି , ଅଗ୍ନିଶମ ସେବା, ପୋଲିସ ଏସ୍କର୍ଟିଂ ସେବା ବିଭାଗୀୟ ଅଧିକାରୀମାନେ ଜିଲା ସ୍କୁଲ ପରିସରରେ ଯୋଗାଇ ଦେଇଥିଲେ ।

Leave a Reply

Your email address will not be published. Required fields are marked *