କଟକ ମହାନଗର ନିଗମ ପକ୍ଷରୁ ପୂର୍ବତନ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ

କଟକ ସଦର, ୧୮/୦୯/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ପୂଜ୍ୟପୂଜା କୁ ସମ୍ମାନ ଜଣାଇବାକୁ ଯାଇ କେଏମସି (କଟକ ମହାନଗର ନିଗମ) ପକ୍ଷରୁ କଟକରେ ଜଣଙ୍କ ପରେ ଜଣେ ବରପୁତ୍ର ମାନଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନା ହେବାରେ ଲାଗିଛି।

ଏହି ପରିପ୍ରେକ୍ଷୀରେ ଆଜି ଶୁକ୍ରବାର ଦିନ ବାରବାଟୀ ଷ୍ଟାଡିୟମ ନିକଟସ୍ଥ ଦୟାଶ୍ରମ ରୋଡରେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ ହୋଇଛି। ଏଥିରେ ମେୟର ସୁବାସ ସିଂହ, ବିଧାୟିକା ସୋଫିଆ ଫିରଦୋସ, କଟକ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ ଙ୍କ ସମେତ ବହୁ କର୍ପୋରେଟର ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଧାସୁମନ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *