ନିରାକାରପୁର ଡିଏଭି ପବ୍ଲିକ ସ୍କୁଲ ୧୧ତମ ବାର୍ଷିକ ଉତ୍ସବ

                                  ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ଓ ଅଭିଭାବକ ସଠିକ୍ ମାର୍ଗଦର୍ଶନ କରିଲେ ଭବିଷ୍ୟତ ଉଜ୍ଜଳମୟ ହେବ

ନିରାକାରପୁର, ୩୧/୦୩/୨୦୨୪ (ଓଡ଼ିଶା ସମାଚାର)- ଶିକ୍ଷକ ଓ ଅଭିଭାବକମାନେ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜଲମୟ ଭବିଷ୍ୟତ ପାଇଁ ଯତ୍ନଶୀଳ ହେଲେ ଛାତ୍ରଛାତ୍ରୀମାନେ ଭଲ ମଣିଷ ହେବା ସହିତ ସବୁ କ୍ଷେତ୍ରରେ ପାରଦର୍ଶିତା ଲାଭ କରିପାରିବେ ବୋଲି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ଡିଏଭି ପବ୍ଲିକ ସ୍କୁଲ ୧୧ ତମ ବାର୍ଷିକ ଉତ୍ସବରେ ଉପସ୍ଥିତ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଅନୁଷ୍ଠିତ ସଭାରେ ସ୍କୁଲ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଭୋଳ ଅଧ୍ୟକ୍ଷତା କରିଥିବାବେଳେ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ନହରକଣ୍ଟା କଲେଜ ଅର୍ଥନୀତି ଶାସ୍ତ୍ର ବିଭାଗ ପ୍ରଫେସର ଡ ପ୍ରଶାନ୍ତ ପ୍ରଧାନ, ମୁଖ୍ୟବକ୍ତା ଭାବେ ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟକ ହିମାଂଶୁ ଶେଖର ଫତେସିଂହ    ଓ  ସମ୍ମାନୀତ ଅତିଥି ଭାବେ  ସ୍କୁଲ  ପୂର୍ବତନ ନିର୍ଦ୍ଦେଶକ ଛବିରାମ ପରିଡ଼ା, ସ୍କୁଲ ପରିଚାଳନା କମିଟି ସଭାପତି ଅବସରପ୍ରାପ୍ତ ବିଆରସିସି ଭାସ୍କର ଚନ୍ଦ୍ର ମଙ୍ଗରାଜ, ସ୍କଲ ପ୍ରତିଷ୍ଠାତା ଶିବରାମ ପରିଡ଼ା, ପରିଚାଳନା ମଣ୍ଡଳୀ ସଦସ୍ୟ ନଟବର ଜୟସିଂହ ଓ ଶିଶୁ ସାହିତ୍ୟିକ  ଦେବଦତ୍ତ   ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢିବା ସହିତ ଭଲ ମଣିଷ ହୋଇ ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହେବାକୁ ଆହ୍ବାନ କରିଥିଲେ। ସଭାକୁ ଶିକ୍ଷୟତ୍ରୀ ଯସ୍ମୀନ ଚମ୍ପତିରାୟ ସଞ୍ଚାଳନ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ସଭା ଶେଷରେ ହରେକୃଷ୍ଣ ପରିଡ଼ା ଧନ୍ୟବାଦ୍ ଅର୍ପଣ କରିଥିଲେ। ସର୍ବଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *