ସ୍ବାସ୍ଥ୍ୟ ପରୀକ୍ଷା ଓ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର

ଭୁବନ,୨୯/୦୩/୨୦୨୫ (ଓଡ଼ିଶା ସମାଚାର)-ପି ଏମ ଶ୍ରୀ ଭୁବନ ଉଚ୍ଚ ବିଦ୍ୟାଳୟ ରେ ପ୍ରାଥମିକ ଚିକିତ୍ସା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ରୁଦ୍ରନାରାୟଣ ସାମଲଙ୍କ ନିର୍ଦ୍ଦେଶକ୍ରମେ ଚଳିତ ବର୍ଷ ପ୍ରଥମ ରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କର ପରୀକ୍ଷା ଫଳ ପ୍ରକାଶ କରାଯାଇ ଥିଲା ।

ଛାତ୍ର ଛାତ୍ରୀ ଓ କେତେକ ଅଭିଭାବକ ମାନେ ଆସି ନିଜ ପିଲାମାନଙ୍କର ବାର୍ଷିକ ପରୀକ୍ଷା ଫଳ ଶ୍ରେଣୀ ଶିକ୍ଷକ ଙ୍କ ଠାରୁ ଗ୍ରହଣ କରିଥିଲେ । ବରିଷ୍ଠ ଶିକ୍ଷକ ଗଣେଶ୍ୱର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଏ ବି ଇ ଓ ଶ୍ରୀମତୀ ରାଜଲକ୍ଷ୍ମୀ ଟୁଡୁ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ସକାଳ ୮ ଘଟିକା ସମୟରେ ପ୍ରାଥମିକ ଚିକିତ୍ସା ତାଲିମ୍ ଜିଲ୍ଲା ସମ୍ବଳ ବ୍ୟକ୍ତି ସତ୍ୟବ୍ରତ ପାତ୍ର ଓ ଶ୍ରୀମତୀ ସ୍ବାତି ମିଶ୍ର ଯୋଗ ଦେଇ ଆକସ୍ମିକ ଦୁର୍ଘଟଣା ସମୟରେ କିପରି ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇ ବଡ଼ ବଡ଼ ବିପଦ ରୁ ନିଜକୁ ଏବଂ ଅନ୍ୟ ମାନଙ୍କୁ କିପରି ରକ୍ଷା କରାଯାଇପାରିବ ସେ ସମ୍ପର୍କରେ ବିଭିନ୍ନ ଆସନ ଓ ସ୍ଥିତିମାନ ପ୍ରଦର୍ଶନ କରିଥିଲେ।

ଶେଷ ପର୍ଯ୍ୟାୟରେ ଆଲୁମିନା କମିଟି ର ସଭାପତି ଇଂ ଦେବେନ୍ଦ୍ର ପୃଷ୍ଟି ଓ ପରିଚାଳନା କମିଟି ସଭାପତି କେଦାର ଦାସ ଙ୍କ ଉପସ୍ଥିତିରେ ମଠକରୋଗଳା ଚିକିତ୍ସା କେନ୍ଦ୍ର ରୁ ଆସିଥିବା ଡାକ୍ତର ଅରବିନ୍ଦ ଶତପଥୀ ଓ ଡା, ଦେବଦଶ୍ରିନୀ ସାହୁ ଦ୍ଵାରା ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଫାର୍ମାସିଷ୍ଟ ଲିଟନ ମିଶ୍ର ଙ୍କ ଦ୍ଵାରା ଔଷଧ ବଣ୍ଟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *