୧୩ରୁ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ସୁନ୍ଦରଗଡ଼,ରାଉରକେଲା, ୩୧/୦୮/୨୦୨୫(ଓଡ଼ିଶା ସମାଚାର)- ବିନା ମୂଲ୍ୟରେ ଜନସାଧାରଣଙ୍କୁ ଆଇନ ସେବା ଯୋଗାଇବା ପାଇଁ ରାଷ୍ଟ୍ରୀୟ ଆଇନ୍ ସେବା ପ୍ରାଧୀକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧୀକରଣଙ୍କ ନିର୍ଦେଶକ୍ରମେ ସୁନ୍ଦରଗଡ଼ ଜିଲା ଆଇନ୍ ସେବା ପ୍ରାଧୀକରଣ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୧୩ ତାରିଖ ରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ ।

ସୁନ୍ଦରଗଡ଼ ଅଦାଲତ ସମେତ ରାଉରକେଲା, ବଣାଇ, ରାଜଗାଙ୍ଗପୁର, ହେମଗିରି ଓ ବୀରମିତ୍ରପୁର ଅଦାଲତ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ମୋକଦ୍ଧମାସ୍ତରୀୟ ସାଲିସ୍ ଯୋଗ୍ୟ ଫୌଜଦାରୀ, ଚେକ୍ ବାଉନ୍ସ ସମ୍ବନ୍ଧୀୟ, ମୋଟରଯାନ ଦୁର୍ଘଟଣାଜନିତ, ଶ୍ରମ ବିବାଦ, ବିଦୁ୍ୟତ୍, ଜଳ, ଅନ୍ୟାନ୍ୟ ବିଲ୍ ଦେୟ ଜନିତ ବିବାଦ (ସାଲିସ୍ ବିହୀନ ବିବାଦକୁ ବାଦ୍ ଦେଇ), ବୈବାହିକ ବିବାଦ (ବିବାହ ବିଚ୍ଛେଦ ବ୍ୟତୀତ) ଉଚ୍ଚ ନ୍ୟାୟାଳୟ ଓ ଦେୱାନୀ ଅଦାଲତରେ ଥିବା ଜମି ଅଧିଗ୍ରହଣ, ଚାକିରି ସମ୍ବନ୍ଧୀୟ ଅବସରକାଳୀନ ପ୍ରାପ୍ୟ ସହିତ ଜଡ଼ିତ, ଉଚ୍ଚନ୍ୟାୟାଳୟ ଓ ଦେୱାନୀ ଅଦାଲତରେ ଥିବା ରାଜସ୍ୱ, ଖାଉଟି ବିବାଦ ଓ ଅନ୍ୟାନ୍ୟ ଫୌଜଦାରୀ ମାମଲାର ଫଇସଲା ହେବ ।

ପ୍ରାକ୍ ମୋକଦ୍ଧମାସ୍ତରୀୟ (ଅଦାଲତରେ ଦାୟର ହୋଇନଥିବା), ଚେକ୍ ବାଉନ୍ସ ସମ୍ବନ୍ଧୀୟ, ଟଙ୍କା ପୁନରୁଦ୍ଧାର, ଶ୍ରମ ବିବାଦ, ସ୍ଥାୟୀ ଲୋକ ଅଦାଲତର ଅନ୍ୟାନ୍ୟ ଦେୱାନୀ (ସାଲିସ୍ ବିହୀନ ବିବାଦକୁ ବାଦ୍ ଦେଇ), ରକ୍ଷଣାବେକ୍ଷଣ ଓ ଅନ୍ୟାନ୍ୟ ମୋକଦ୍ଧମାର ଫଇସଲା ହେବ । ସକାଳ ୧୦ଟାରୁ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲା ଦୌରାଜଜ୍ ତଥା ଜିଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷା ଶିଖାରାଣୀ ରଥଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ ।

ଏହାର ଲାଭ ସମସ୍ତ ଜନସାଧାରଣ ଉପଲବ୍ଧ କରିବା ଦରକାର ବୋଲି ପ୍ରାଧୀକରଣ ସଚିବ ଡକ୍ଟର୍ ରୀନତି ମିଶ୍ର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *