ସାମ୍ବାଦିକ ପାଇଲେ ଯଶଶ୍ରୀ ଭାରତ ସମ୍ମାନ

ଜୁନାଗଡ଼,୦୭/୦୬/୨୦୨୫ (ଓଡ଼ିଶା ସମାଚାର/ ରାକେଶ ବେମାଲ) -କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର  ବରିଷ୍ଠ ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆଙ୍କୁ ଗତ ୬ ତାରିଖ ଦିନ ପୁରୀ ସ୍ଥିତ ଅନ୍ନପୂର୍ଣା ଥିଏଟର କାର୍ୟ୍ୟାଳୟରେ ଚଳିତ ବର୍ଷ ୨୦୨୫ ର ଜାତୀୟ ମର୍ୟ୍ୟଦା ସମ୍ପନ୍ନ ସମ୍ମାନ ଯଶଶ୍ରୀ ଭାରତ ସମ୍ମାନ ସାମ୍ବାଦିକତା କ୍ଷେତ୍ରରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରି କାର୍ୟ୍ୟକ୍ରମ   ଆରମ୍ଭ ହୋଇଥିଲା ।

ଦୀର୍ଘ ୨୫ ବର୍ଷର ସାମ୍ବାଦିକତା ଜୀବନରେ ସେ ଅନେକ ଥର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ରୁ ସମ୍ବର୍ଦ୍ଧିତ ହୋଇ ସାରିଛନ୍ତି । ହେଲେ ଗତ ୬ ତାରିଖ ଗୁରୁବାର ଦିନ ସମ୍ବର୍ଦ୍ଧିତ କାର୍ୟ୍ୟକ୍ରମରେ ଫେଷ୍ଟିଭାଲ ଡ଼ାଇରେକ୍ଟର ତଥା ସି ଡି ଏଫ ଡ଼,ଉପେନ୍ଦ୍ର କୁମାର ଶତପଥୀ ଙ୍କ ସଭାପତିତ୍ବରେ ଅନୁଷ୍ଟିତ କାର୍ୟ୍ୟକ୍ରମରେ କଲଚରାଲ ଡେଭଲମେଣ୍ଟ ଫାଉଣ୍ଡେସନ ର ଅଧ୍ୟକ୍ଷ ତଥା ବରିଷ୍ଠ ସମାଜସେବୀ ଡ଼ ଷ୍ଟ।ଲିନ ପରିଜା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ  ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଯାତ୍ରା ଅଭିନେତା ରାଜେନ୍ଦ୍ର ପତି ,ସଙ୍ଗୀତ ଏକାଡେମୀ ପୁରସ୍କାର ପ୍ରାପ୍ତ କଳା ନିର୍ଦେଶକ ସୁରଜ ମହାନ୍ତି ଏବଂ ନାଟ୍ୟ ନିର୍ଦେଶକ ରାମକୃଷ୍ଣ ମହାପାତ୍ରଙ୍କ ଙ୍କ ଉପସ୍ଥିତିରେ କଲଚରାଲ ଡେଭଲମେଣ୍ଟ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *