ଭୁଷଳରେ  ଦୋଳଯାତ୍ରା

ଭୁବନ, ୨୯/୦୩/୨୦୨୪ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଭୁଷଳ ବ୍ରାହ୍ମଣ ସମାଜ ପକ୍ଷରୁ ରାଧାକୃଷ୍ଣଙ୍କ ଦୋଳ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟାରେ ସୁସଜ୍ଜିତ ବିମାନରେ ରୋଷ ପଟୁଆରରେ ଗ୍ରାମ ପରିକ୍ରମା କରାଯାଇଥିଲା। ହନୁମାନ ଛକରେ ମେଷାସୁର ଦହନ କାର୍ଯ୍ୟ ସମ୍ପାଦନ କରାଯିବା ପରେ ଦୋଳ ମଣ୍ଡପରେ ରାଧାକୃଷ୍ଣଙ୍କୁ ଦୋଳି ଖେଳାଯାଇଥିଲା। ଦର୍ଶକଙ୍କ ମନୋରଂଜନ ପାଇଁ  ଯାତ୍ରା “ଚନ୍ଦ୍ର ମହଲ” ପକ୍ଷରୁ ଯାତ୍ରା ପରିବେଷଣ କରାଯାଇଥିଲା। ଯାତ୍ରା କାର୍ଯ୍ୟକ୍ରମକୁ ଶାନ୍ତି କମିଟି ସମ୍ପାଦକ କାର୍ତ୍ତିକେଶ୍ବର ପଣ୍ଡା ଉଦ୍ଘାଟନ କରିଥିଲେ। ଯାତ୍ରା ଜଗତର ସୁପ୍ରସିଦ୍ଧ ଖଳ ଅଭିନେତା ଜ୍ଞାନ ରଞ୍ଜନ ଦାଶ ନିମନ୍ତ୍ରିତ ଅତିଥି ଭାବରେ ଯୋଗଦେଇ ଭଜନ ଓ ସଂଳାପ ପରିବେଷଣ କରିଥିଲେ। ପ୍ରତାପ କୁମାର ପଣ୍ଡା ସଂଯୋଜନା କରିଥିବାବେଳେ ଜୟରାମ ମହାନ୍ତି, ରମାକାନ୍ତ ପାଣିଗ୍ରାହୀ, ବିଜୟ ମହାନ୍ତି, ରଞ୍ଜନ ଦାଶ, ହେମନ୍ତ ଦାଶ, ଶ୍ରୀନିବାସ ଦାଶ, ପ୍ରମୋଦ ଶତପଥୀ, ପ୍ରେମାନନ୍ଦ ଦାଶ, ଅଦ୍ଵୈତ ପଣ୍ଡା, ବ୍ରହ୍ମାନନ୍ଦ ଦାଶ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପ୍ରେମାନନ୍ଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *