ମାତୃ ସତସଙ୍ଗର ବାର୍ଷିକ ଉତ୍ସବ

କେନ୍ଦ୍ରାପଡ଼ା, ୨୯/୦୩/୨୦୨୪ (ଓଡ଼ିଶା ସମାଚାର)- ହରିହରାନନ୍ଦ ମାତୃଆଶ୍ରମ ପରିସରରେ “ଜ୍ଞାନପ୍ରଭା” ମିଶନ୍ ଆନୁକୂଲ୍ୟରେ ପବିତ୍ର ଦୋଳପୂର୍ଣ୍ଣିମା ଉପଲକ୍ଷେ ଏକ ମାତୃ ସତ୍ ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ସହିତ ଗରାପୁରସ୍ଥିତ ଦିବ୍ୟ ଜୀବନସଂଘର ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ, ସ୍ୱାମୀ ସମର୍ପଣାନନ୍ଦ ଗିରି ଏବଂ ତ୍ରୀଜିବ ଦାସ ଯୋଗଦାନ କରି ମାତୃଶକ୍ତି ର ପରିବର୍ତନ ରେ ସମାଜର ପରିବର୍ତନ ସମ୍ଭବ ହୋଇପାରିବ ବୋଲି  ଆଲୋକପାତ କରିଥିଲେ  । ମାତୃଆଶ୍ରମର ସନ୍ନ୍ୟାସୀନି ସ୍ୱାମୀ ଗିରିଜାନନ୍ଦ ଗିରି ପ୍ରଥମେ ଅଭିଭାଷଣ ରଖିଥିବା ବେଳେ ସ୍ୱାମୀ ଜ୍ୟୋତିର୍ମୟାନନ୍ଦ ଗିରି ସଭାପରିଚାଳନା କରିଥିଲେ । ଜ୍ଞାନପ୍ରଭା ମିଶନ୍ର ଉପାଧ୍ୟକ୍ଷା ସ୍ୱାମୀ ଜ୍ଞାନସ୍ୱରୂପାନନ୍ଦ ଗିରି, ସମ୍ପାଦିକା ସ୍ୱାମୀ ସାରଦାନନ୍ଦ ଗିରି, ସ୍ୱାମୀ ସତ୍ୟମୟାନନ୍ଦ ଗିରି ଯୋଗଦାନ କରି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *