କିଶନନଗର ଠାରେ ବ୍ଲକ୍ କୃଷକ ସ୍ତରୀୟ ‘ଵିକାଶର ଧାରା ଓଡ଼ିଶା ସାରା’କାର୍ଯ୍ୟକ୍ରମ ଅନୁଷ୍ଠିତ 

କଟକ ସଦର,୨୪/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଆଜି ବୁଧବାର ଦିନ ବ୍ଲକ୍ ସ୍ତରୀୟ କୃଷକ ସମ୍ବାଦ ‘ଵିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଆଲୋଚନା ଓ କର୍ମଶାଳାକୁ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରି ଗ୍ରାମାଞ୍ଚଳର କୃଷି ଓ କୃଷକର ଉନ୍ନତି ଦିଗରେ ଆଲୋକପାତ କରିଥିଲେ।

ଏହି ଅବସରରେ ବ୍ଲକ୍ ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ ଙ୍କ ପୈ।ରୋହିତ୍ୟ ଓ ବ୍ଲକ୍ କୃଷି ଅଧିକାରିଣୀ ଜାଫନା ରାୟଙ୍କ ସଂଯୋଜନାରେ ଆୟୋଜିତ ସଭାରେ ବିଧାୟକ ଙ୍କ ସହିତ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଉପସଭାପତି ଆଲୋକ ମହାନ୍ତି, ପୂର୍ବତନ ସଭାପତି ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ହୃଷିକେଶ ଜେନା, କଟକ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ନିର୍ମଳ ଦାସ, କଟକ ସଦର ବ୍ଲକର ପୂର୍ବତନ ଅଧ୍ୟକ୍ଷ ସାଧୁ ଚରଣ ଜେନା, ଜିଲ୍ଲା ବିଜେପି ସଂପାଦକ ଅଶୋକ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଶେଷରେ କିଶନନଗର ସରପଂଚ ସୁଜାତା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନାରେ ଚିତ୍ତରଞ୍ଜନ ସାହୁ, ଅବିନାଶ ଆନନ୍ଦ ମହାନ୍ତି, ପ୍ରଦୀପ୍ତ ଦାସ, ଚିତ୍ତରଞ୍ଜନ ବେହେରା, ଦିପୁ ମଣ୍ଡଳ ଙ୍କ ସହିତ ଵିଜୟ ମିଶ୍ର,ଦେଵୀ ପ୍ରିୟ ମହାନ୍ତି,କଣ୍ଡୁରି ଭୋଇ ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *