ଯାଜପୁର, ୫/୮/୨୦୨୪ (ଓଡ଼ିଶା ସମାଚାର/ ସୁରେଶ କର ): ସୋମବାର ପୂର୍ବାହ୍ନ ୧୦ ଘଟିକା ସମୟରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲଙ୍କ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି।
ଉକ୍ତ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ, ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ନ ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ଅଶୋକ କୁମାର ବେହୁରିଆ, ଉପ ଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥୀ, ତହସିଲଦାର ଶ୍ରୀ ଅରବିନ୍ଦ ବେହେରା,ବି ଡି ଓ ଶ୍ରୀ ସ୍ୱାଗତ ଦାସ, ଡେପୁଟୀ କଲେକ୍ଟର ଶ୍ରୀ ଏସ ଆର ବାସ୍କେ ମଞ୍ଚାସିନ ଥିଲେ। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଜନ ସାଧାରଣ ଙ୍କ ଆପତ୍ତି ଅଭି ଯୋଗ ଗୁଡ଼ିକୁ ଗୁରୁତ୍ବ ପ୍ରଦାନ କରି ବିଭାଗୀୟ ଅଧିକାରୀ ମାନଙ୍କ ସହ ଶତ ପ୍ରତିଶତ ସମାଧାନ ଦିଗରେ ଆଲୋଚନା କରିଥିଲେ।
ଜନ ଅଭିଯୋଗ ଶୁଣାଣି ହେଉଛି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଜନ ସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବାର ଏକ ପ୍ରକୃଷ୍ଟ ମାଧ୍ୟମ।ଏଣୁ ସମସ୍ତ ଅଧିକାରୀ ଜନ ଅଭିଯୋଗ ଶୁଣାଣି ଶିବିର ରେ ନିଷ୍ଠାପର ଭାବେ ନିଜର କର୍ତ୍ତବ୍ୟ ପାଳନ କରିବାକୁ ସେ ଏହି ଅବସରରେ ନିର୍ଦ୍ଦେଶ ଦେଇଥିଲେ।ଆଜିର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର କୁ ମୋଟ ୧୮୩ ଗୋଟି ବିଭିନ୍ନ ଆପତ୍ତି ଅଭିଯୋଗ ଆସିଥିବାବେଳେ ତନ୍ମଧ୍ୟରୁ ବ୍ୟକ୍ତିଗତ ୧୦୩ ଗୋଟି ଅଭିଯୋଗ, ସମୂହ ଅଭିଯୋଗ ୧୨ ଗୋଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ ଜନିତ ୨୧ ଗୋଟି ଅଭିଯୋଗ, ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଆର୍ଥିକ ସାହାଯ୍ୟ ପ୍ରଦାନ ଜନିତ ୪୭ ଗୋଟି ଅଭିଯୋଗ ଆସିଥିଲା। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲ ମିଳିତ ଭାବେ ୭୫ ଗୋଟି ଜନସାଧାରଣଙ୍କର ବିଭିନ୍ନ ପ୍ରକାରର ଆପତ୍ତି ଅଭିଯୋଗ ଗୁଡ଼ିକର ତତ୍କାଳ ସମାଧାନ କରିଥିଲେ।
ଜନଶୁଣାଣୀ ଶିବିରରେ ୧୮ ଗୋଟି ଅଭିଯୋଗ ଦରଖାସ୍ତ ପଞ୍ଜୀକୃତ ହୋଇଥିବାବେଳେ ଅଭିଯୋଗ କାରୀ ଶୁଣାଣି ସମୟରେ ଅନୁପସ୍ଥିତ ଥିଲେ।ଜନଶୁଣାଣୀ ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଜିଲ୍ଲାପାଳ, ସାଧାରଣ ଓ ବିବିଧ ଶ୍ରୀମତୀ ନିବେଦିତା ପ୍ରଧାନ,ସରକାରୀ ଜିଲ୍ଲାପାଳ ଏବଂ ଜିଲ୍ଲା ଜରୁରୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ କର, ସହକାରୀ ନିର୍ବାହୀ ଯନ୍ତ୍ରୀ, ଜଳସେଚନ, ଯାଜପୁର ଖଣ୍ଡ ଶ୍ରୀ ଅନ୍ତର୍ଯ୍ୟାମି ମହାନ୍ତି, ସହକାରୀ ଯନ୍ତ୍ରୀ, ଜନସ୍ୱାସ୍ଥ୍ୟ,ଶ୍ରୀ ଅବନୀ କୁମାର ଖୁଣ୍ଟିଆ, ନିର୍ବାହୀ ଯନ୍ତ୍ରୀ, ମେଗା ଲିଫ୍ଟ ଶ୍ରୀ ଶିଶିର କୁମାର ବେହେରା,ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ନିର୍ମାଣ ଖଣ୍ଡ -ii, ଜାରକା,ଶ୍ରୀ ଅବିନାଶ ବାରିକ , ସହକାରୀ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ଖଣ୍ଡ,ଯାଜପୁର,ଶ୍ରୀ ତିର୍ଥବାଶ ପଣ୍ଡା,ଡି ପି ଏମ ,ଓ ଏଲ ଏମ,ଶ୍ରୀ ପ୍ରଶାନ୍ତ କୁମାର ପାଢ଼ୀ, ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା, ଶ୍ରୀ ପ୍ରଦୀପ କୁମାର ପଟ୍ଟନାୟକ, ସହକାରୀ ନିର୍ଦେଶକ,ଉଦ୍ୟାନ କୃଷି,ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି, ଜିଲ୍ଲା ଫିସରିଜ୍ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ରାଉତ,ଜିଲ୍ଲା ମଙ୍ଗଳ ଅଧିକାରୀ, ଶ୍ରୀ ଶରତ ଚନ୍ଦ୍ର ବେହେରା, ଅବକାରୀ ଅଧିକ୍ଷକ ଶ୍ରୀ ଅମରେନ୍ଦ୍ର ଜେନା, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି, ନିର୍ବାହୀ ଯନ୍ତ୍ରୀ, ଉଠା ଜଳସେଚନ,ଯାଜପୁର ଅଜୟ କୁମାର ମିଶ୍ର, ସହକାରୀ ନିବନ୍ଧକ, ସମବାୟ ସମିତି ଶ୍ରୀ ବେଣୁଧର ମଲ୍ଲିକ, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ମହାନ୍ତି, ଅଧିକ୍ଷଣ ଯନ୍ତ୍ରୀ, ପୂର୍ତ୍ତ, ପାଣିକୋଇଲି, ଇଞ୍ଜିନିୟର ପୂର୍ଣ୍ଣ ଚନ୍ଦ୍ର ଦଳାଇ, ଅଧିକ୍ଷଣ ଯନ୍ତ୍ରୀ, ଜଳ ନିଷ୍କାସନ ଖଣ୍ଡ, ଇଞ୍ଜିନିୟର ଦିଲ୍ଲୀପ ନନ୍ଦନ ମହାପାତ୍ର, ଅଧିକ୍ଷଣ ଯନ୍ତ୍ରୀ, ଜାରକା ଜଳସେଚନ ଖଣ୍ଡ, ଇଞ୍ଜିନିୟର କାମଦେବ ଦାସ, ଅଧିକ୍ଷଣ ଯନ୍ତ୍ରୀ,ଟି ପି ଏନ୍ ଓ ଡି ଏଲ, ଢେଙ୍କାନାଳ, ଇଞ୍ଜିନିୟର ଅନନ୍ତ ବିସୋଇ,ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ଯାଜପୁର ରଶ୍ମି ରଞ୍ଜନ ମାର୍ଥା,ସି ଏସ ଓ,ସାଳାଉଦ୍ଦିନ ଖାଁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ବେହେରା, ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା କାର୍ଯ୍ୟାଳୟର ଡାକ୍ତର ମୋନାଲିସା ମହାନ୍ତି ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଲାଇନ ଡିପାର୍ଟମେଣ୍ଟର ଯନ୍ତ୍ରୀ ମାନେ ଯୋଗ ଦେଇଥିଲେ।