ଭର୍ତ୍ତୃହରି ମହତାବଙ୍କ ଆର୍ଶୀବାଦ ନେଲେ ଅନୁଭବ ମହାନ୍ତି

ଭୁବନେଶ୍ୱର, ୨୬/୦୩/୨୦୨୪ (ଓଡ଼ିଶା ସମାଚାର)-  ରଙ୍ଗର ପର୍ବ ହୋଲି। ଏହି ଦିନରେ ସମସ୍ତେ ପର ଆପଣା ଭେଦଭାବ ଭୁଲି ପରସ୍ପରକୁ ରଙ୍ଗ ଲଗାଇଥାନ୍ତି। ଏହି ଅବସରରେ ନିକଟରେ ବିଜେଡି ଛାଡ଼ିଥିବା କଟକ ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ସହ ହୋଲି ଖେଳି ଆର୍ଶୀବାଦ ନେଇଛନ୍ତି କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି।

କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଆର୍ଶୀବାଦ ନେଇଛନ୍ତି କେନ୍ଦ୍ରାପଡ଼ା ସାଂସଦ । ଭର୍ତ୍ତୃହରି ମହତାବ ବିଜେଡି ଛାଡ଼ି ସାରିଥିବା ବେଳେ ଅନୁଭବ ମହାନ୍ତିଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଛି । ଠିକ୍ ଏଭଳି ଏକ ସମୟରେ ଭର୍ତ୍ତୃହରିଙ୍କୁ ଭେଟିଛନ୍ତି ଅନୁଭବ । କଟକରେ ଦୋଳପୂର୍ଣ୍ଣିମା ଅବସରରେ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ଅନୁଭବ । ଏହି ସମୟରେ ଭର୍ତ୍ତୃହରି ମହତାବଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଦେଇଥିଲେ ଅନୁଭବ ମହାନ୍ତି । ଯଦିଓ ଏହା ଦୋଳପୂର୍ଣ୍ଣିମା ଅବସରରେ ଔପଚାରିକା ଦୃଷ୍ଟିରୁ ଦୁଇ ନେତା ପରସ୍ପରକୁ ଭେଟିଛନ୍ତି, ତଥାପି ସମୟ ଓ ପରିସ୍ଥିତିକୁ ନେଇ ଅନେକ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *