ଶ୍ରୀମନ୍ଦିରରେ ପାନଗୁଟଖା ଉପରେ ଜାରି ହେଲା କଟକଣା

ପୁରୀ, ୧୪/୧୧/୨୦୨୩ (ଓଡ଼ିଶା ସମାଚାର)- ଶ୍ରୀମନ୍ଦିରରେ ପାନଗୁଟୁଖା ଉପରେ କଟକଣା ଜାରି ହେଲା । ପାନଗୁଟୁଖାକୁ ନିଷିଦ୍ଧ କଲା ଶ୍ରୀମନ୍ଦିର ପ୍ରଶାସନ । ବରାହ ପୁରାଣ ଆଧାରରେ କଟକଣା ଜାରି କରାଯାଇଛି । ଆସନ୍ତା ୨୦୨୪ଜାନୁଆରୀ ୧ ତାରିଖରୁ ଡ୍ରେସକୋଡ୍ ଭଳି ପାନଗୁଟୁଖାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ । ତାଙ୍କର ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ଭିତରେ କେହି ପାନଗୁଟୁଖା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ । ଏପରିକି ସେବାୟତଙ୍କୁ ବି ପାନଗୁଟୁକା ଖାଇବା ଉପରେ କଟକଣା ଲାଗିଲା । ଜାନୁଆରୀ ୧ରୁ ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଜୋରିମାନା ପଡ଼ିବ । ଶ୍ରୀମନ୍ଦିର ଭିତରେ କେହି ପାନଗୁଟଖା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ । ଭକ୍ତ କି ସେବାୟତ କେହି ପାନ ଓ ଗୁଟଖା ସେବନ କରି ଶ୍ରୀମନ୍ଦିରକୁ ଯାଇପାରିବେନି । ବରାହ ପୁରାଣ ଆଧାରରେ ଏହି କଟକଣା କରାଯାଇଛି ।

Leave a Reply

Your email address will not be published. Required fields are marked *