ଚିନ୍ମୟି ଚାନ୍ଦଙ୍କ ପୁସ୍ତକ ‘ଅଭିସାରିକା’ ଉନ୍ମୋଚିତ

ଭୁବନେଶ୍ୱର, ୦୬/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡିଆ ସାହିତ୍ୟ ଭଣ୍ଡାରକୁ ନୂଆ ଏକ ପୁସ୍ତକ ଉପହାର ଦେଇ “ଅଭିସାରିକା” ନାମକ ଅନନ୍ୟ ପ୍ରେମ କବିତା ସଙ୍କଳନ ଆଜି ଉନ୍ମୋଚିତ ହୋଇଛି। ପୁସ୍ତକର ରଚୟିତା ଶ୍ରୀମତୀ ଚିନ୍ମୟୀ ଚାନ୍ଦ ଯିଏ ଓଡ଼ିଆ ସାହିତ୍ୟରେ ତାଙ୍କର ସୃଜନାତ୍ମକ ରଚନା ଦ୍ୱାରା  ବେଶ ଜଣାଶୁଣା। ଆଜି ଜୟଦେବ ଭବନ ପରିସରରେ କଳ୍ପନା ସାହିତý, ସଂସ୍କୃତି ଓ ସାମାଜିକ ପରିଷଦର ୨୪ ତମ ବାର୍ଷିକ ଉତ୍ସବ ଅବସରରେ ଲେଖିକା ଶ୍ରୀମତୀ ଚିନ୍ମୟୀ ଚାନ୍ଦଙ୍କ ପୁସ୍ତକ ‘ଅଭିସାରିକା’ ବିଶିଷ୍ଟ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହେବା ଅବସରରେ ମୁଖ୍ୟ ଅତିଥି ଭାବେ ପ୍ରତିଷ୍ଠିତ ଭାଷାତତ୍ତ୍ବବିତ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ଏସସିବି ମେଡିକାଲ କଲେଜ ର ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ସାହିତ୍ୟିକ ଡା. ରବି ନାରାୟଣ ପଣ୍ଡା, ଶ୍ରୀଯୁକ୍ତ କେଶବ ଚନ୍ଦ୍ର ରାଉତ (ପ୍ରାକ୍ତନ ଅଧୀକ୍ଷକ, ଓଡ଼ିଶା ଉଚ୍ଚନ୍ୟାୟାଳୟ), ଶ୍ରୀଯୁକ୍ତ ପର୍ଶୁରାମ ପଣ୍ଡା (ଶିକ୍ଷାବିତ୍, ନାଟ୍ୟକାର,  ଔପନ୍ୟାସିକ),ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ ଶ୍ରୀ ଶଶଧର ପଣ୍ଡା, ଶ୍ରୀ ହରିହର କାନୁନଗୋ ଏବଂ ଅନୂଷ୍ଠାନର ସମ୍ପାଦକ ଶ୍ରୀ ଗୋପାଳ ଚନ୍ଦ୍ର ଜେନା ଲେଖିକାଙ୍କୁ ଅଭିନନ୍ଦନ ଜଣାଇବା ସହ କବିତା ସଙ୍କଳନର ଭୁୟସି ପ୍ରଶଂସା କରିଥିଲେ ।

Leave a Reply

Your email address will not be published. Required fields are marked *