ରାଉରକେଲା,୨୨/୦୩/୨୦୨୪ (ଓଡ଼ିଶା ସମାଚାର)- ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫ ରୁ ସେକ୍ଟର ୧୬ ସ୍ଥିତ ଶ୍ରଦ୍ଧା ଅନୁଷ୍ଠାନ ରେ ରଙ୍ଗ ର ପର୍ବ ହୋଲି ଧୁମ୍ ଧାମ୍ ରେ ପାଳନ କରାଯାଇଛି । ଶ୍ରଦ୍ଧା ଅନୁଷ୍ଠାନ ର ଅନ୍ତେବାସୀଙ୍କ ମାନଙ୍କ ପାଇଁ ମିଷ୍ଟାନ୍ନ ଖାଦ୍ୟପେୟ ର ବନ୍ଦୋବସ୍ତ କରାଯାଇଥିଲା । ଏଠାରେ ସମସ୍ତ ସଦସ୍ୟ ଉପସ୍ଥିତ ରହି ସାହାଯ୍ୟ ର ହାତ ବଢାଇଥିଲେ ।
ଏଠାରେ ସମସ୍ତ କାର୍ୟ୍ୟକର୍ତା ଅଂଶଗ୍ରହଣ କରି କାର୍ୟ୍ୟକ୍ରମ କୁ ସଫଳ କରାଇଥିଲେ । ଜୋୟା ତ୍ରିପାଠୀ , କାର୍ତ୍ତିକ ରାଉତ, ରାଜ ନନ୍ଦିନୀ, ବିନୋଦ ପଣ୍ଡା, ପ୍ରତିମା ସାହୁ, ସିଆମ , ସୁବ୍ରତ ଭୂୟାଁ , ସିପୁନ ବେହେରା , ଆଲୋକ ସାହୁ , ପିଣ୍ଟୁ ମିଶ୍ର, ସଙ୍ଗିତା ମିଶ୍ର , ନିରୁପମା ପିଙ୍ଗୁଆ ଆଦି ଉପସ୍ଥିତ ହୋଇଥିଲେ ।