କଟକ ସଦର,୧୨/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଡଵଲ ଇଂଜିନ୍ ସରକାର ସମୟରେ ରାଜ୍ୟରେ ଦିନକୁ ଦିନ ଵିଗୁଡୁଥିଵା ଆଇନଶୃଙ୍ଖଳା ପରିସ୍ଥିତି ସହ ହତ୍ୟାକାଣ୍ଡ ଘଟି ଚାଲିଥିବାରୁ ଏହା ବିରୁଦ୍ଧରେ ଆସନ୍ତା ୧୪ ତାରିଖ ଦିନ କଟକ ଠାରେ ଥିବା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଫିସ ଘେରିଵ ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି।
ଏ ସମ୍ପର୍କରେ ଆଜି ମଙ୍ଗଳବାର ଦିନ ଜିଲ୍ଲା ପାର୍ଟି ଅଫିସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେଡି ର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ, ବିଜେଡ଼ି ରାଜ୍ୟ କୋଷାଧ୍ୟକ୍ଷ ତଥା କଟକ ମହାନଗର ନିଗମ (ସିଏମସି) ମେୟର ସୁବାସ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।
