ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା -୨୦୨୫

ଯାଜପୁର ୨୨/୧୦/୨୦୨୫ (ଓଡ଼ିଶା ସମାଚାର)-  ଯାଜପୁର ଜିଲ୍ଲାର ମ୍ୟୁନିସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟ, ବାହାବାଳପୁର ପରିସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଯାଜପୁର ତରଫରୁ ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା (District  Level Science Drama), ୨୦୨୫  ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୦ଟି  ହାଇସ୍କୁଲରୁ ୭୩ ଜଣ ପ୍ରତଯୋଗୀ ଓ ସେମାନଙ୍କର ଗାଇଡ଼ ଶିକ୍ଷକମାନେ ଅଂଶଗ୍ରହଣ କରିଥିଲେ । “ମାନବ ଜାତିର ହିତରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା” ବିଷୟ ଉପରେ ଛାତ୍ରଛାତ୍ରୀମାନେ ଦଳୀୟ ଭାବେ ସେମାନଙ୍କର ନାଟକ ପରିବେଷଣ କରିଥିଲେ ।

ବିଚାରକ ରୂପେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଡ଼. ଆଶୁତୋଷ ବଳ ଓ ଆହ୍ୱାନ ନାଟ୍ୟ ସଂସଦର ପରିଚାଳକ ବିଶ୍ୱଜିତ ସାହୁ  ସହଯୋଗ କରିଥିଲେ । ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ସେଠିଙ୍କ ସଭାପତିତ୍ବରେ ଏକ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଯାଜପୁର ତରଫରୁ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ  ସବିତା ସାହୁ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ ଏବଂ ସମ୍ମାନିତ ଅତିଥି ରୂପେ ସମାଜସେବୀ ସୁବାଷ ଚନ୍ଦ୍ର ମହାପାତ୍ର ଯୋଗଦାନ  କରିଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ କୁମାରସେନ ସେନାପତି ସମସ୍ତ କାର୍ଯ୍ୟକୁ ପରିଚାଳନା କରିବା ସହ ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାର ଆଭୁମୁଖ୍ୟ ଓ ପ୍ରତଯୋଗିତାର ନିୟମାବଳୀ ଉପରେ ଆଲୋକପାତ କରିଥିଲେ ।

ଏହି ପ୍ରତିଯୋଗିତାରେ ଓ ଏ ଭି, ବଡ଼ଚଣାର ଛାତ୍ରଛାତ୍ରୀମାନେ ପ୍ରଥମ, ଓ ଏ ଭି, ବିଂଝାରପୁର  ଦ୍ୱତୀୟ  ଏବଂ ଓ ଏ ଭି, ଦଶରଥପୁର ତୃତୀୟ ସ୍ଥାନ ଅଧିକାର କରଛନ୍ତି । ଅପରାହ୍ନରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟଅତିଥି ରୂପେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗିରିଶ ଚନ୍ଦ୍ର ମିଶ୍ର, ଦୁଇ ବିଚାରକ, ବିଜ୍ଞାନ ନିରୀକ୍ଷକ ଓ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଉପସ୍ଥିତିରେ ବିଜେତାମାନଙ୍କୁ ଟ୍ରଫି ସହ, ମେଡାଲ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ସମାପନ କରିବାରେ ଉକ୍ତ ବିଦ୍ୟାଳୟର  ଶିକ୍ଷୟତ୍ରୀ ଜୟଶ୍ରୀ ସାମଲ,ଇପ୍ସିତା ସାହୁ,ଶିକ୍ଷକ ହେମନ୍ତ ସାହୁ,ପ୍ରକାଶ ମିଶ୍ର, ଏସ କେ ବକ୍ସର ସହ ଅନ୍ୟ ଶିକ୍ଷକ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତାର ପ୍ରଥମ ବିଜେତା  ୨୮ ଅକ୍ଟୋବର ୨୦୨୫ ରେ ହେବାକୁ ଥିବା ଜୋନାଲ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହେଲେ ।

Leave a Reply

Your email address will not be published. Required fields are marked *