ଉତ୍କଳ ହସ୍ପିଟାଲ ରେ ଜାତୀୟ ହାର୍ନିଆ ଅପରେସନ ଟ୍ରେନିଂ

ଭୁବନେଶ୍ୱର, ୧୯/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ବର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେଆଲିଟି ଉତ୍କଳ ହସ୍ପିଟାଲରେ ଏକ ଜାତୀୟ ହାର୍ନିଆ ଅପରେସନ ଟ୍ରେନିଂ ପ୍ରୋଗ୍ରମ୍ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ବିହାର ପାଟଣା ଏମ୍ସ ଓ ପାଟଣା ମେଡିକାଲ୍ କଲେଜରୁ ୯ ଜଣ ଡାକ୍ତର ଅଂଶଗ୍ରହଣ କରିଥିଲେ । ଏହି ହାର୍ନିଆ ଅପରେସନ ଟ୍ରେନିଂ ଦୁଇଦିନ ଧରି ଚାଲିଥିଲା । ଏହି ଟ୍ରେନିଂ କାର୍ୟ୍ୟକ୍ରମରେ ୧୪ ଜଣଙ୍କର ହାର୍ନିଆ ଅସ୍ତ୍ରୋପଚାର ମଧ୍ୟ ହୋଇଥିଲା । ଏହି ଭଳି ଟ୍ରେନିଂ ପ୍ରୋଗ୍ରାମ ବର୍ଷକୁ ଦୁଇଥର ହୋଇଥାଏ । ଏହି ଟ୍ରେନିଂ ପ୍ରୋଗ୍ରାମର ଉଦ୍ଦେଶ୍ୟ ହେଉଛି ନୂତନ ଟେକ୍ନୋଲୋଜି ଓ ପଦ୍ଧତି ବିଷୟରେ ଅବଗତ ହେବା । ଏହି ଟ୍ରେନିଂ ପ୍ରୋଗ୍ରାମ୍ କୁ ଉତ୍କଳ ହସ୍ପିଟାଲର ବରିଷ୍ଠ ଲାକ୍ରୋସ୍କୋପିକ ସର୍ଜନ ଡ଼ ଗୌରବ ଦାସ ପରିଚାଳନା କରିଥିଲେ । ଟ୍ରେନିଂ କାର୍ୟ୍ୟକ୍ରମ ର ଶେଷ ଦିନରେ ଉତ୍କଳ ହସ୍ପିଟାଲର ସିଇଓ ଡ଼ ଆସିଷ ଚନ୍ଦ୍ରା ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ ।

Leave a Reply

Your email address will not be published. Required fields are marked *