ଭୁବନେଶ୍ୱର,୧୯/୦୩/୨୦୨୪ (ଓଡ଼ିଶା ସମାଚାର)- ଆଜି ଦଶମି ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଦୋଳ ପର୍ବ । ଦୋଳ ପର୍ବ ଓ ହୋଲି ଅବସରରେ ଆସନ୍ତା ୨୩ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ସେବା ଉପଲବ୍ଧ ହେବନାହିଁ । ଆପଣଙ୍କର ରହିଯାଇଛି କି କିଛି ବ୍ୟାଙ୍କ କାମ ? ତେଣୁ ବିଳମ୍ବ ନ କରି ଯଥାଶୀଘ୍ର ସାରିଦିଅନ୍ତୁ ବ୍ୟାଙ୍କ ର ସମସ୍ତ କାର୍ଯ୍ୟ । ଏହି ପରିପ୍ରେକ୍ଷୀରେ ଦେଶର ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ମାର୍ଚ୍ଚ ମାସ ଆର୍ଥିକ କାରବାର ତଥା ବାକି ଥିବା ବ୍ୟାଙ୍କ କାର୍ୟ୍ୟ ତଥା ସେଟେଲମେଣ୍ଟ ପାଇଁ ଶେଷ ମାସ । ଏଭଳି ସ୍ଥିତିରେ ସ୍ଥାନୀୟ ଲୋକଙ୍କୁ ବ୍ୟାଙ୍କ ଛୁଟି ଗୁଡ଼ିକୁ ଧ୍ୟାନରେ ରଖି ନିଜ ବ୍ୟାଙ୍କ କାମ ସାରିବାର ଆବଶ୍ୟକତା ରହିଛି । ହୋଲି ବ୍ୟତୀତ ମାର୍ଚ୍ଚରେ ରବିବାର ଏବଂ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ସହିତ ପ୍ରାୟ ୬ଟି ସାପ୍ତାହିକ ଛୁଟି ମଧ୍ୟ ଅନ୍ତର୍ଭୁକ୍ତ।
୨୩ ମାର୍ଚ୍ଚ- ଚତୁର୍ଥ ଶନିବାର ହେତୁ ବ୍ୟାଙ୍କ ବନ୍ଦ ରହିବ ।
ସେହିପରି ୨୪ ମାର୍ଚ୍ଚ- ରବିବାର ହେତୁ ବ୍ୟାଙ୍କ ବନ୍ଦ ରହିବ ।
୨୫ ମାର୍ଚ୍ଚ- ଦୋଳ ପୂର୍ଣ୍ଣିମା ପାଇଁ ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।
ସେହିପରି ୨୬ ମାର୍ଚ୍ଚ- ହୋଲି ଅବସରରେ ଦେଶର ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।
୨୭ ମାର୍ଚ୍ଚ-ବିହାରରେ ହୋଲି ଅବସରରେ ସେଠାରେ ବ୍ୟାଙ୍କଗୁଡିବ ବନ୍ଦ ରହିବ।
୨୯ ମାର୍ଚ୍ଚ-ଗୁଡ ଫ୍ରାଇଡେ ଅବସରରେ ତ୍ରିପୁରା, ଆସାମ, ରାଜସ୍ଥାନ, ଜମ୍ମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶକୁ ଛାଡିଲେ ଅନ୍ୟ ସବୁ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।
୩୧ ମାର୍ଚ୍ଚ- ରବିବାର ହେତୁ ବ୍ୟାଙ୍କ ରହିବ। ତେଣୁ ଆସନ୍ତା ୨୩ ତାରିଖ ଠାରୁ ଲଗାତର ଭାବେ ବ୍ୟାଙ୍କ ବନ୍ଦ ରହିବ ।
୨୩ ତାରିଖ ପୂର୍ବରୁ ବ୍ୟାଙ୍କରେ ଥିବା କାମ ସାରି ଦିଅନ୍ତୁ ।