ତିନିଘରିଆ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ବାର୍ଷିକ ଉତ୍ସବ

କଟକ ସଦର , ୧୯/୦୩/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ନୁଆ ଵଜାର ତିନିଘରିଆ ଠାରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ହାଇସ୍କୁଲର ବାର୍ଷିକ ଉତ୍ସବ -୨୦୨୪ ମହାସମାରୋହରେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅଧ୍ୟକ୍ଷା ଡ଼ଃ ଶୁଭଲକ୍ଷ୍ମୀ ପରିଡ଼ାଙ୍କ ପୈ।ରୋହିତ୍ୟରେ ଆୟୋଜିତ ସଭାରେ ରାଜ୍ୟ ମହିଳା କମିଶନର‌ ଅଧ୍ୟକ୍ଷା ଡ଼ଃ ମୀନତି ବେହେରା, କନ୍ଦରପୁର ସ୍କୁଲର ଅଧ୍ୟକ୍ଷ ପ୍ରଫେସର ଖଲିକୁଜ ଜମାନ ଖାଁ, ରୋଟାରୀଆନ ରମଣୀ ରଂଜନ ରାଉତରାୟ, ୟୁଟ୍ୟୁବର ଏମ୍ ଏନ୍ ମୁରଲୀଧର ଶର୍ମା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ଉପରେ ଆଲୋକପାତ କରିଥିଲେ। ଶେଷରେ ଜାଭିୟର୍ସ ଗୃପର ଅଧ୍ୟକ୍ଷ ହରିୟାକ୍ଷ ପରିଡ଼ା ଧନ୍ୟବାଦ ଦେଇଥିଲେ। ପିଲାମାନଙ୍କ ଦ୍ୱାରା ପରିବେଷଣ ହୋଇଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବେଶ୍ ଉପଭୋଗ୍ୟ ହୋଇଥିଲା।

Leave a Reply

Your email address will not be published. Required fields are marked *