ମହାନଦୀର ବ୍ରାହ୍ମଣଖଣ୍ଡ-ସାହୁକ୍ଷେତ ବ୍ରିଜ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସଦରଵାସୀ

କଟକ ସଦର, ୧୬/୦୩/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ମହାନଦୀର ବ୍ରାହ୍ମଣଖଣ୍ଡ-ସାହୁକ୍ଷେତ ୧୨୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ହାଇଲେଵୁଲ ସେତୁ ପାଇଁ ସାଧାରଣ ନିର୍ବାଚନ ଘୋଷଣା ଓ ଆଚରଣବିଧି ଲାଗୁ ହେବାର କିଛି ସମୟ ପୂର୍ବରୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶନିବାର ଦିନ କ୍ୟାବିନେଟରେ ମଂଜୁର କରିଥିବାରୁ କଟକ ସଦର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଏଥିପାଇଁ ଆଜି ସଂଧ୍ୟାରେ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ସିର୍ଲୋ ପଞ୍ଚାୟତ କାଠୁଆଖଣ୍ଡ ବୁଢ଼ାଲିଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବିଧାୟକଙ୍କ ପ୍ରତିନିଧି ରମେଶ ସ୍ୱ।ଇଁ ଙ୍କ ଆଵଆହକତ୍ୱରେ ଆୟୋଜିତ ଉତ୍ସବରେ ଦୀର୍ଘ ଦିନର ସ୍ବପ୍ନ ସାକାର ହେଵାକୁ ଯାଉଥିବାରୁ ଏଥି ପାଇଁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୫-ଟି ସଚିବ କାର୍ତ୍ତିକେୟ ପାଣ୍ଡିଆନ ଓ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କୁ କଟକ ସଦରଵାସୀଙ୍କ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମନୋଜ କୁମାର ମହାନ୍ତି, ଦିଲ୍ଲିପ କୁମାର ବିଶ୍ଵାଳ,ସରୋଜ ବେହେରା,ମଣିଜଙ୍ଗ ସରପଂଚ ଶାରଦା ପ୍ରସାଦ ମହାନ୍ତି, ଦୂର୍ଗା ପ୍ରସାଦ ବେହେରା, କିଶୋର ସାହାଣୀ, ଧିରେନ୍ଦ୍ର ବେହେରା,ଈଶାଣୀଵ୍ରହ୍ମପୁର ସରପଂଚ ସୁଶାନ୍ତ କୁମାର ସେଠୀ, ନିଶ୍ଚିନ୍ତକୋଇଲି ବ୍ଲକ ଵିଜେଡି ଉପସଭାପତି ତଥା ମାଣପୁର ପଞ୍ଚାୟତ ସଭାପତି ରୁସ୍ତମ ମହମ୍ମଦ, ପୂର୍ଣ୍ଣଚନ୍ଦ୍ର ସେଠୀ,ବିଜୟ କୁମାର ରାଉତ,ଅରୁଣ ବୋଷ, ଶାରଦା ପ୍ରସାଦ ଦାଶ,ଆମିର ଖାଁ, ଚନ୍ଦ୍ର ଶେଖର ମାଦେଳି,ମିନର୍ଭା ପାତ୍ର, ନରେଶ ରାଉତ, ବାସୁଦେବ ମାଳି,ସୟଦ ମହମ୍ମଦ, ବିକାଶ ପୃଷ୍ଟି, ସୁଶାନ୍ତ ଦାସ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ଖୁସି ମନାଇ ଥିଲେ। ନିର୍ବାଚନ ପରେ ଉକ୍ତ ସ୍ଥାନରେ ଶିଳାନ୍ୟାସ କରାଯାଇ ସେତୁ ନିର୍ମାଣ କାର୍ୟ୍ୟ ଆରମ୍ଭ କରାଯିବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *