ବିଚଣା ଗ୍ରାମ ର ଉତ୍କଟ ପାନୀୟ ଜଳ ସମସ୍ୟା ର ସମାଧାନ ହେଲା

ଗରଦପୁର,୧୬/୦୩/୨୦୨୪ (ଓଡ଼ିଶା ସମାଚାର)- ଦୀର୍ଘ ତିନି ବର୍ଷ ର ସମସ୍ୟା ର ଅନ୍ତ ଘଟିଲା। ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମ ର ଉତ୍କଟ ପାନୀୟ ଜଳ ସମସ୍ୟା ର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁ ଙ୍କ ର ଅଧୁରା ସ୍ବପ୍ନ କୁ ସାକାର କରିବା ପାଇଁ ଗରଦପୁର ବ୍ଲକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ଅଣ୍ଟା ଭିଡି ଆଜି ଶେଷ ସ୍ପର୍ଶ ଦେଇଛନ୍ତି। ପଦ୍ମପୁର ପଞ୍ଚାୟତର ନୂଆପଡ଼ା ସାହୁ ସାହି , ନୂଆପଡ଼ା ହାଟ ଓ କିଣିଲୋ କେଳା ପଡିଆରେ ତିନୋଟି ଗଭୀର ନଳକୂପ ବସାଇବା ସହ ଜଳକ୍ଳିଷ୍ଟ ପଦ୍ମପୁର ପଞ୍ଚାୟତର ପାନୀୟ ଜଳର ଉତ୍କଟ ସମସ୍ୟା କୁ ଲାଘବ କରିବାପାଇଁ ସଫଳ ହୋଇଛନ୍ତି। ଏଥିପାଇଁ ସମଗ୍ର ପଦ୍ମପୁର ପଞ୍ଚାୟତର ଅନ୍ତେବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଗରଦପୁର ବ୍ଲକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏହି କାର୍ୟ୍ୟକ୍ରମରେ ଗରଦପୁର ଆତ୍ମା ଅଧ୍ୟକ୍ଷ ବାସୁଦେବ ବେହେରା, ବନ୍ତଳା ସମିତି ସଭ୍ୟ ବ୍ରଜକିଶୋର ସାହୁ, ସେକ୍ ମେହେରବାନ,ପୂର୍ବତନ ସରପଂଚ ଅଶୋକ ଜେନା,ପ୍ରତାପ ସ୍ବାଇଁ, ପଦ୍ମପୁର ପଞ୍ଚାୟତର ସରପଞ୍ଚ ଅନୁସୟା ବେହେରା, ଭଗବାନ ଜେନା, ଶୈଳେନ୍ଦ୍ର ମହାନ୍ତି, ତପନ ସାହୁ, ଦିଲ୍ଲୀପ ସାହୁ, ଧୁନା,ତୁଟା ଓ ମିଶନ ଶକ୍ତି ମାଆ ତଥା ଆଗଧାଡିର ବହୁ ତୁଙ୍ଗ ନେତୃବୃନ୍ଦ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *