ଏନଆରଆରଆଇରେ କୃଷି ସମ୍ମିଳନୀ

କଟକ, ୧୬/୦୩/୨୦୨୪(ଓଡ଼ିଶା ସମାଚାର)- ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନରେ ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟ, ଓଡିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଏନଆରଆରଆଇର ମିଳିତ ସହଯୋଗରେ ‘ସଙ୍ଗମ’ ୨୦୨୪ କୃଷି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଗବେଷକ, ରାଜ୍ୟ କୃଷି ବିଭାଗ ଅଧିକାରୀ ଓ ଉଦ୍ୟୋଗପତିମାନେ କୃଷି କ୍ଷେତ୍ର ଉପରେ ନିଜର ମତ ଉପସ୍ଥାପନା କରିଥିଲେ । କୃଷି, ମାଛ ଚାଷ, ଉଦ୍ୟାନ କୃଷି, ଜଳ ପ୍ରବନ୍ଧନ, କୁକୁଡା ଚାଷ, ତେଲ ମଞ୍ଜି, ଡାଲିଜାତୀୟ ଫସଲ, କନ୍ଦ ଫସଲ, ଗୋ ପାଳନ ଓ ଇଂଜିନିୟରିଂ କ୍ଷେତ୍ରର ପ୍ରଯୁକ୍ତି ବିଦ୍ୟା, ଉତ୍ପାଦ, ପେଟେଣ୍ଟ, ପ୍ରକ୍ରିୟା ସେବାଗୁଡିକର ପ୍ରସାର, ସୁଧାର ଏବଂ ବ୍ୟବସାୟିକରଣ ପାଇଁ ବିବିଧ ଶୃଙ୍ଖଳାର ପ୍ରଦର୍ଶନ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଓୟୁଏଟି କୁଳପତି ଡ. ପି କେ ରାଉଳ, ଅନ୍ୟତମ ଅତିଥି ଜାତୀୟ ଧାନ ବେଷଣା ଅନୁଷ୍ଠାନର ନିର୍ଦ୍ଧେଶକ ଡ. ଅମରେଶ କୁମାର ନାୟକ ପ୍ରମୁଖ ଯୋଗଦେଇ ଜଳବାୟୁର ପରିବର୍ତର୍ନର ପ୍ରତିକୂଳ ପ୍ରଭାବ ପାଇଁ କୃଷି ବିଶେଷ ଭାବରେ ଅସୁରକ୍ଷିତ କିନ୍ତୁ ଏନଆରଆରଆଇ ଦ୍ୱାରା ବିକଶିତ ଜଳବାୟୁ ପ୍ରତିରୋଧ ଚାଉଳ କିସମକୁ ଚାଷ କଲେ ଭବିଷ୍ୟତରେ ଖାଦ୍ୟ ନିରାପତା ତଥା ଜୀବିକା ରକ୍ଷା ଉପାୟ ପ୍ରଦାନ କରିବ ବୋଲି ମତପୋଷଣ କରିଥିଲେ । ସମ୍ମାନିତ ଅତିଥି ଭାବେ କେନ୍ଦ୍ରୀୟ ଜଳ ନିବନ୍ଧନ ପ୍ରତିଷ୍ଠାନର ନିର୍ଦ୍ଧେଶକ ଡ. ଏ ଷଡଙ୍ଗୀ ଏବଂ ଓୟୁଏଟିର ଗବେଷକମାନଙ୍କ ସମେତ ୨୦ରୁ ଅଧିକ ଶିଳ୍ପ ଯୋଗଦେଇଥିଲେ । ଏହି ଅବସରରେ ଅନୁଷ୍ଠାନ ଓ ଶିଳ୍ପପତିମାନଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୈଜ୍ଞାନିକ ଏବଂ ଶିଳ୍ପପତିମାନେ ଯୋଗଦେଇଥିଲେ । ପ୍ରତିଷ୍ଠାନର ସାମାଜିକ ବିଜ୍ଞାନ ପ୍ରଭାଗର ମୁଖ୍ୟ ଡ. ଜି ଏ କେ କୁମାର ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *