ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀ ପଂଜିକରଣ

ଜଗତସିଂହପୁର,୦୬/୧୨/୨୦୨୩ (ଓଡ଼ିଶା ସମାଚାର)-କୃଷକ ମାନଙ୍କ କଲ୍ୟାଣ ନିମନ୍ତେ ଭାରତ ସରକାରଙ୍କର ଅଭିନବ ଯୋଜନା ମଧ୍ୟରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ୟତମ। ଏହି ଯୋଜନାରେ ଫସଲ ନଷ୍ଟ ହେଲେ ବୀମା ଆବରଣ ଯୋଗାଇ ଦିଏ ଏବଂ ଚାଷୀର ଆର୍ଥିକ ଓ ସାମାଜିକ ମେରୁଦଣ୍ଡ କୁ ସୁଦୃଢ଼ କରିଥାଏ। ଚଳିତ ବର୍ଷ ରବି ଫସଲ ରେ ୨ ହେକ୍ଟର ପର୍ୟ୍ୟନ୍ତ ବୀମା ପ୍ରିମିଅମ ସରକାର ବହନ କରୁଛନ୍ତି। ଏହି ଯୋଜନା ଅନ୍ତର୍ଗତ ରବି ଋତୁ ପାଇଁ ଜଗତସିଂହପୁର ଜିଲ୍ଲା ପାଇଁ ଧାନ, ଚୀନା ବାଦାମ,ଆଖୁ,ମୁଗ,ବିରି ଏବଂ ଆଳୁ ଫସଲ ରେ ବୀମା ହୋଇପାରିବ। ଏହି ଯୋଜନା ରେ ପଂଜିକୃତ କରାଇବାର ଅନ୍ତିମ ତାରିଖ ହେଉଛି ୧୫.୧୨.୨୦୨୩. । ତେଣୁ ଜଗତସିଂହପୁର ଜିଲ୍ଲା ର ସମସ୍ତ ଋଣୀ ଓ ଅଣଋଣୀ ଚାଷୀ ମାନଙ୍କୁ ନିଜ ଫସଲ ର ସୁରକ୍ଷା ହେତୁ ନିକଟସ୍ଥ ବ୍ୟାଙ୍କ, ଜନସେବା କେନ୍ଦ୍ର, ବ୍ଲକ ଇନସ୍ୟୁରାନ୍ସ ଏଜେଣ୍ଟ ବା କୃଷି ବିଭାଗ କୁ ଯୋଗାଯୋଗ କରି ନିଜକୁ ପଂଜିକୃତ କରି ସରକାରଙ୍କର ଏହି ଅଭିନବ ଯୋଜନା ର ଲାଭ ଉଠାଇବା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *