ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଦାବିତ୍ର ପ୍ରଦାନ

ଖୋର୍ଦ୍ଧା, ୧୬/୦୩/୨୦୨୪(ଓଡ଼ିଶା ସମାଚାର)- ରାଜ୍ୟରେ କର୍ତବ୍ୟରତ ସାମ୍ବାଦିକ ମାନଙ୍କ ସମସ୍ୟା ସମ୍ପର୍କ ରେ ବିଭିନ୍ନ ସାମ୍ବାଦିକ ସଂଗଠନ ପକ୍ଷରୁ ଖୋର୍ଦ୍ଧା ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ଲା କାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସମସ୍ୟା ଗୁଡିକ ର ସମାଧାନ କରିବା ନିମନ୍ତେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଖୋର୍ଦ୍ଧା ଜିଲାପାଳ ଙ୍କୁ ପ୍ରଦାନ କରିଥିଲେ ।  ସେହି ପ୍ରମୁଖ ଦାବି ଗୁଡିକ ମଧ୍ୟରୁ ବରିଷ୍ଠ ସାମ୍ବାଦିକ ମାନଙ୍କୁ ପେନସନ ପ୍ରଦାନ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ରେ ସାମିଲ ହୋଇଥିବା ହିତାଧିକାରୀ ମାନଙ୍କ ପିତା, ମାତା ଓ ୨୫ ବର୍ଷ ରୁ ଉର୍ଦ୍ଧ୍ୱ ପିଲାମାନଙ୍କୁ ସାମିଲ କରିବା, ଆକ୍ରିଡେସନ କମିଟି ଗଠନ, ରାଜ୍ୟରେ ପ୍ରେସ ଏକାଡେମୀ ସ୍ଥାପନ ପ୍ରଭୃତି ଦାବି ଗୁଡିକ ସହୃଦୟତା ର ସହ ବିଚାର କରି ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ସେ ସବୁ ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ ଖୋର୍ଦ୍ଧା ଜିଲା ପ୍ରେସ କ୍ଲବ ସଭାପତି ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ, ଓ.ୟୁ.ଜେ. ଖୋର୍ଦ୍ଧା ଜିଲା ଶାଖା ସଭାପତି ତପନ କୁମାର ନାୟକ, ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲା ଶାଖା ସଭାପତି, ପ୍ରଭାତ ମିଶ୍ର, ଓ. ୟୁ.ଡବ୍ଲୁ.ଜେ. ଖୋର୍ଦ୍ଧା ଜିଲା ଶାଖା ସଭାପତି ପ୍ରକାଶ କୁମାର ହାତୀ ଙ୍କ ସମେତ ଖୋର୍ଦ୍ଧା ଜିଲା ପ୍ରେସ କ୍ଲବ ଉପ ସଭାପତି ଲଳିତ ମୋହନ ମହାପାତ୍ର, ଖୋର୍ଦ୍ଧା ଜିଲା ପ୍ରେସ କ୍ଲବ ତଥା ଓ. ୟୁ.ଡବ୍ଲୁ. ଜେ. ଖୋର୍ଦ୍ଧା ଜିଲା ଶଖା ସମ୍ପାଦକ ଦିଲ୍ଲୀପ କୁମାର ପଟ୍ଟନାୟକ, ମହମ୍ମଦ ମୋତାହାର ୟୁସୁଫ, ପ୍ରଭାତ ପାଣିଗ୍ରାହୀ, ରାଜେଶ ମହାନ୍ତି, ଅବ୍ୟକ୍ତ ହରି ହର ଖାଡ଼ଙ୍ଗା, ପ୍ରମୋଦ ମହାପାତ୍ର,ଅନସର ଅଲ୍ଲୀ, ସଞ୍ଜୟ କର, ସୟଦ ଲିୟାକତ ଅଲ୍ଲୀ, ଶୁଭଲକ୍ଷ୍ମୀ ସାମନ୍ତରାୟ, ଲୋହିତ ନାରାୟଣ ମହାପାତ୍ର, ଅୟସ ମହାନ୍ତି, ପ୍ରମୋଦ ମହାପାତ୍ର, ପି. ତ୍ରି ତି ବାଲାଜୀ ପାତ୍ର, ଆକାଶ ବିଶ୍ୱାଳ ପ୍ରମୁଖ ଗଚ୍ଚମାଧ୍ୟମ ର ପ୍ରତିନିଧି ମାନେ ଖୋର୍ଦ୍ଧା ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ କାର୍ଯ୍ୟାଳୟ ରୁ ଏକ ଶୋଭାଯାତ୍ରା ରେ ବାହାରି କଳାବ୍ୟାଚ ପରିଧାନ କରି ଜିଲାପାଳ ଙ୍କ କାର୍ଯ୍ୟାଳୟ କୁ ଯାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦାବି ପତ୍ର ପତ୍ର ପ୍ରଦାନ କରିଥିଲେ  ।

Leave a Reply

Your email address will not be published. Required fields are marked *