କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ତରଫରୁ କୃଷିମେଳା ଓ ଶ୍ରୀଅନ୍ନ ପ୍ରଦର୍ଶନୀ

ବାଲିପାଟଣା,୧୬/୦୩/୨୦୨୪(ଓଡ଼ିଶା ସମାଚାର)- କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ (ଶିବା) ତରଫରୁ ମାହିରା ଏଫ୍.ପି.ଓ ସହାୟତା ରେ ଖୋର୍ଦ୍ଧା ଜିଲା ର ବାଲିପାଟଣା ବ୍ଲକ୍ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ ବୁଦ୍ଧିକେଶ୍ୱର ମନ୍ଦିର ପ୍ରାଙ୍ଗଣଠାରେ ଏହି କୃଷିମେଳା ଓ ଶ୍ରୀ ଅନ୍ନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଅଛି । ଏହି ମେଳାରେ ମୁଖ୍ୟ ଅତିଥିଭାବେ ପଦ୍ମଶ୍ରୀ ବଟକୃଷ୍ଣ ସାହୁ ଯୋଗଦେଇଥିଲେ । ଶିବାର ନିର୍ଦ୍ଧେଶିକା ଡ: ମୃଦୁଲା ଦେବୀ , ଜି.ଏଫ.ସି.ଏସ୍ ର ମୁଖ୍ୟ ଡ: ଅରୁଣ ପଣ୍ଡା (କେଏ ଏମ ଏମ ଇ) . ପ୍ରଧାନ ବୈଜ୍ଞାନିକ ଓ କନଭେନର ଡ: ଲିପି ଦାସ, ଇଫକୋ ର ରାଜ୍ୟ ମୁଖ୍ୟ ଶ୍ରୀ ଏସ.କେ ଚାର୍ଟାଜି, ନିଗମ ଏନ ଜି ଓ ର ସମ୍ପାଦକ ଶ୍ରୀ ସୁରେଶ କୁମାର ତ୍ରିପାଠୀ, ମିଲେଟମୋର ଅଗ୍ରୋ ଫୁଡ୍ ପ୍ରାଇଭେଟ୍ ଲିମିଟେଡ ର ଅଧ୍ୟକ୍ଷ ଶ୍ରୀ ବ୍ରଜ କିଶୋର ସ୍ୱାଇଁ,.ଅଗ୍ରୋଧାନ ର ଅଧ୍ୟକ୍ଷ ହରପ୍ରସାଦ ପ୍ରଧାନ , ସନ୍ଦିନ ରିସର୍ଚ୍ଚ ସେଂଟର ର ଅଧ୍ୟକ୍ଷ ଇ.ଆର ସନ୍ଦୀପ କୁମାର ସେନ, ଓ.ଡି.ଏ.ଆଇ ନେଚର୍ ଆଗ୍ରୋ ଫୁଡ୍ ପ୍ରାଇଭେଟ୍ ଲିମିଟେଡ ର ଅଧ୍ୟକ୍ଷ ଶ୍ରୀ ସତ୍ୟସ୍ୱରୂପା ନନ୍ଦ , ମାହିରା ଏଫ.ପି.ଓ ଚେୟାରମ୍ୟାନ ଶ୍ରୀମତି କୁମୁଦିନୀ ସ୍ୱାଇଁ, ମାର୍କେଟିଂ ମୁଖ୍ୟ ଶ୍ରୀ ନିମାଇଁ ଚରଣ ନାୟକ, ମହିଳା ବିକାଶ ସଂଗଠନ ର ଅଧ୍ୟକ୍ଷା ମଧୁସ୍ମିତା ସେନାପତି ପ୍ରମୁଖ ଯୋଗ ଦେଇଥିଲେ  । ଶିବାର ଶ୍ରୀ ଅତୁଲ ହେମ୍ବସ୍, ଶ୍ରୀୟା ପ୍ରିୟଦର୍ଶିନୀ ସମସ୍ତ କାର୍ଯ୍ୟରେ ସହାୟତା କରିଥିଲେ । ଡ: ଗାୟତ୍ରୀ ମହାରଣା ମଂଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ୩୫୦ ରୁ ଉର୍ଦ୍ଧ କୃଷିଜିବି ମହିଳା ସାମିଲ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଶିବାର ନିର୍ଦ୍ଧେଶିକା ଡ: ମୃଦୁଲା ଦେବୀ ମହିଳା ମାନଙ୍କୁ ଆତ୍ମନିର୍ଭର କରିବା ଓ ସଶକ୍ତ କରିବା ଦିଗରେ ଶିବାର ସଂପୃକ୍ତି ଓ ଅବଦାନ ସଂପର୍କ ରେ ବିସ୍ତାରରେ ଆଲୋଚନା କରିଥିଲେ । ମିଲେଟ ପ୍ରଡକ୍ଟ ର ପ୍ରୋସେଶିଂ ଓ ଏହାର ପ୍ରସ୍ତୁତିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଯୋଗଦାନ ଓ ଲାଭଦାୟୀତା ବିଷୟରେ ଆଲୋଚନା କରିଥିଲେ । ପ୍ରଧାନ ବୈଜ୍ଞାନିକ ଡ: ଲପି ଦାସ ‘ଶ୍ରୀ ଅନ୍ନ ଗ୍ରାମ’ ପ୍ରୋଜେକ୍ଟ ର ଶ୍ରୀରାମ ପୁର ଓ ଆମେନାକୁଦ ଗ୍ରାମକୁ ପୋଷ୍ୟ ଗ୍ରାମ ଭାବରେ ଗ୍ରହନ କରାଯାଇଛି ବୋଲି ଦର୍ଶାଇଥିଲେ ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ କିପରି ମହିଳାମାନେ ଅଧିକ ରୁ ଅଧିକ ରୋଜଗାରକ୍ଷମ ହୋଇ ଆତ୍ମନିର୍ଭରଶିଳ ହେବେ ଏହି ବିଷୟରେ ଆଲୋଚନା କରିଥିଲେ । ଏହା ସହ ନାନୋ ଡିଏପି ଓ ୟୁରିଆ ମାଣ୍ଡିଆ ଚାଷରେ ଡେମୋନଷ୍ଟ୍ରେସନ କରିବା ପାଇଁ ଇଫକୋ ମୁଖ୍ୟ ଶ୍ରୀ ଏସ.କେ ଚାର୍ଟାଜି ଙ୍କୁ କହିଥିଲେ । ମିଲେଟ ଆଗ୍ରୋ ଫୁଡ ପ୍ରାଇଭେଟ ଲିମିଟେଡ଼ ର ମୁଖ୍ୟ ଶ୍ରୀ ବ୍ରଜ କିଶୋର ସ୍ୱାଇଁ ମିଲେଟ ପ୍ରୋସେସିଂ ଓ ମାର୍କେଟିଙ୍ଗ ପାଇଁ ଯାହାବି ସହଯୋଗ ଲୋଡ଼ା ମାହିରା ଏଫପିଓ କୁ ଯୋଗାଇ ଦେବାର ପ୍ରତିଶୃତି ଦେଇଥିଲେ. ଉକ୍ତ ପ୍ରଦର୍ଶନୀ ରେ ୧୦ ରୁ ଉର୍ଦ୍ଧ ସଂସ୍ଥା ଓ କଂପାନୀ ନିଜ ନିଜର ମିଲେଟ୍ ଉତ୍ପାଦ ପ୍ରଦର୍ଶନ କରିଥିଲେ । ସର୍ବଶେଷରେ ଡ: ଲିପି ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *