ଟି.ଏସ. ଗୁରୁକୁଳର ଦଶମ ବାର୍ଷିକ ଉତ୍ସବ

କେନ୍ଦ୍ରାପଡ଼ା,୨୯/୦୧/୨୦୨୪(ଓଡ଼ିଶା ସମାଚାର)- ସହର ଉପକଣ୍ଠ ଉଦୟନଗରସ୍ଥିତ ସଂସ୍କୃତି ଭବନରେ ଟି.ଏସ. ଗୁରୁକୁଳର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଉଦଘାଟକ ଭାବେ  ଡ. ସୁଧାକର କର ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ରୂପେ ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ପୂର୍ଣ୍ଣଚନ୍ଦ୍ର ବ୍ରହ୍ମା ଯୋଗ ଦେଇଥିଲେ । ପ୍ରଥମେ ସଂକୀର୍ତର୍ନ କରାଯିବା ପରେ ବିଦ୍ୟାଳୟର ଅଧ୍ୟକ୍ଷ ବ୍ରହ୍ମାନନ୍ଦ ସାମଲ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହାପରେ ଅତିଥିମାନେ ଅଭିଭାଷଣ ପ୍ରଦାନ କରିବା ପରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦୁଇଜଣ ବିଶିଷ୍ଠ କାଳାକାର ବ୍ରଜ ସିଂ ଓ ମଧୁସ୍ମିତା ମାହାନ୍ତି ଯୋଗଦେଇ ଅନୁଷ୍ଠାନର ପିଲାମାନଙ୍କୁ ଉତ୍ସାହିତ କରିବା ସେଙ୍ଗ ସେଙ୍ଗ ତାଙ୍କର କଳା ଚାତୁରୀରେ ଉପସ୍ଥିତ ଦର୍ଶନମାନଙ୍କର ମନମୁଗ୍ଧ କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ଉତ୍ସବ ରେ ବିଶେଷ ଅତିଥି ରୂପେ ପଣ୍ଡିତ ହୃଷିକେଶ ରଥ ଯୋଗ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ବ୍ରହ୍ମାନନ୍ଦ ସାମଲ ଓ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା ପାଲା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ୨ଟି ନାଟକ ଓ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ସହକାରୀ କର୍ମଚାରୀ ଲିପିଶ୍ରୀ ପ୍ରିୟଦର୍ଶିନୀ ସ୍ୱାଇଁଙ୍କୁ ଶ୍ରେଷ୍ଠ ବିବେଚିତ କର୍ମଚାରୀ ଭାବେ ପୁରସ୍କୃତ କରାଯାଇଥିଲା ।  ଶୁଭସ୍ମିତା ସ୍ୱାଇଁଙ୍କ ପରିଚାଳନାରେ ଅନୁଷ୍ଠିତ ସଭାକୁ ସୁଚାରୁରୂପେ ପରିଚାଳନା କରିବାରେ ଅପର୍ଣ୍ଣା ତ୍ରିପାଠୀ, ସୁଜାତା ଦାସ, ଜୟପ୍ରଦା ମିଶ୍ର, ପଦ୍ମଲୋଚନ ଜେନା, ପ୍ରଦୀପ ଓଝାଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ । ଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଧେଶକ ପ୍ରହ୍ଲାଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *