ଥୋରିଆପଡା ମା’ ଭୁଆସୁଣୀ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ବିଶ୍ଵଶାନ୍ତି ମହାଯଜ୍ଞ

କଟକ ସଦର, ୧୫/୦୩/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସୋମପୁର ପଞ୍ଚାୟତ ଥୋରିଆପଡା ଗ୍ରାମର ଗ୍ରାମଦେବତୀ ମା’ ଭୁଆସୁଣୀ ନୂତନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଆଜି ଶୁକ୍ରବାର ଠାରୁ ରବିବାର ତିନି ଦିନ ବ୍ୟାପି ହେବାକୁ ଥିବା ବିଶ୍ଵଶାନ୍ତି ମହାଯଜ୍ଞ ଆଧ୍ୟାତ୍ମିକ ପରିବେଶରେ ମହାସମାରୋହରେ ଯାଜ୍ଞିକ ବ୍ରାହ୍ମଣ ଓ ପଣ୍ଡିତ ମାନଙ୍କ ଦ୍ୱାରା ଆରମ୍ଭ ହୋଇଛି। ଏହି ଉପଲକ୍ଷେ ୧୦୮ ଜଣ ମହିଳା ଭକ୍ତିମୟ ପରିବେଶରେ ଶୋଭାଯାତ୍ରାରେ ଯାଇଁ ପାଇକା ନଦୀରୁ ଜଳ ଧାରଣ କରି ଯଜ୍ଞ ମଣ୍ଡପକୁ ଆଣିବା ପରେ ଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ କର୍ତ୍ତା କର୍ତ୍ତୀ ଭାବେ ଗୈ।ରାଙ୍ଗ ସାହୁ (ରୁଲ) ଓ ପତ୍ନୀ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା ସାହୁ ରହିଥିବା ବେଳେ ପରିଚାଳନାରେ ଗ୍ରାମବାସୀମାନଙ୍କ ସମେତ ବଂଶୀଧର ସାହୁ, ଗୋପାଳ ସାହୁ,ଅଭୟ ସାହୁ, ପ୍ରମୋଦ ସାହୁ, ପ୍ରାଣକୃଷ୍ଣ ସାହୁ, ପ୍ରଦୀପ୍ତ ପ୍ରଧାନ, ଜୟଦେବ ସାହୁ, ରାଜେଶ ସାହୁ, ବଂଶୀଧର ପ୍ରଧାନ ପ୍ରମୁଖ ସହାୟତା ଯୋଗାଉଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *