ଜ଼ିଲ୍ଲା ସ୍ତରୀୟ ବିଶ୍ୱ କଳାମୋତିଆ ସପ୍ତାହ ପାଳନ

ଜଗତସିଂହପୁର ୧୪/୦୩/୨୦୨୪ (ଓଡ଼ିଶା ସମାଚାର)- ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ବିଶ୍ୱ କଳାମୋତିଆ ସପ୍ତାହ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖରୁ ୧୬ ତାରିଖ ଏହି ସପ୍ତାହ ପାଳନ କରାଯାଉଅଛି । ଉକ୍ତ ସଭାରେ ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବସନ୍ତ କୁମାର ବାରିକ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ଅଭିଭାଷଣରେ ଏହି ସପ୍ତାହ ପାଳନର ଉଦ୍ଧେଶ୍ୟ ଚକ୍ଷୁର ଯତ୍ନ କେତେ ମୂଲ୍ୟବାନ ସେ ବିଷୟରେ ସଚେତନତା କରିବା ଓ ଅନ୍ଧତ୍ୱ ଦୂରୀକରଣ ନିମନ୍ତେ ଲୋକମାନଙ୍କ ମନରେ ଥିବା ଅନ୍ଧ ବିଶ୍ୱାସକୁ ଦୂରେଇବା । ଆଖି ଏକ ମୂଲ୍ୟବାନ ଅଙ୍ଗ, ତେଣୁ କିଛି ବି ଆଖିର ସମସ୍ୟା ଦେଖାଦେବା ସଙ୍ଗେ ସଙ୍ଗେ ତୁରନ୍ତ ଚକ୍ଷୁ ବିଶେଷଣଜ୍ଞ ଙ୍କ ପରାମର୍ଶ କରିବା । ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ଏହି କଳାମୋତିଆ ହବାର ବିଭିନ୍ନ କାରଣ ଯଥା ବାର୍ଦ୍ଧକ୍ୟ, ବଂଶଗତ ,ଆଖିରେ ମାତ୍ରାଧିକ ଚାପ ,ପୂର୍ବରୁ ଆଖିରେ କୌଣସି ଆଘାତ ହୋଇଥିବ, ଯଦି ଚିକିତ୍ସା ଠିକରେ କରାଯାଇନଥିବ, କୌଣସି ରୋଗ ନିମନ୍ତେ ଯଦି ଷ୍ଟିରଏଡ଼ ଦୀର୍ଘଦିନ ଧରି ଚିକିତ୍ସାରେ, ଡାଇବେଟିସ ,ଉଚ୍ଚା ରକ୍ତ ଚାପ ଇତ୍ୟାଦି ଥିଲେ କଳାମୋତିଆ ରୋଗ ଆଖିରେ ହୋଇଥାଏ, ଯଦି ମୁଣ୍ଡ ବିନ୍ଧଓ ସହ ଆଖିରେ ଯନ୍ତ୍ରଣା ହୁଏ, ଚଷମା କାଚର ବାରମ୍ବାର ପାୱାର ବଦଳିବା , ଲାଇଟ ଚାରିପାଖେ ରଙ୍ଗୀନ ବୃତ୍ତ ଦେଖାଯିବା, ହଠାତ ଆଖି ଲାଲ ପଡି କିଛି ଦେଖା ନ ଯିବା ଭଳି ଲକ୍ଷଣ ପ୍ରକାଶ ହେଲେ ତୁରନ୍ତ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ ଅବଗତ କରାଇଥିଲେ । ଜ଼ିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଚକ୍ରଧର ଜେନା ସୁନେତ୍ର ପ୍ରୋଗ୍ରାମରେ ମାଗଣାରେ ଚକ୍ଷୁ ପରୀକ୍ଷା, ଅସ୍ତ୍ରୋପଚାର ଓ ଚଷମା ଇତ୍ୟାଦି ଯୋଗାଇ ଦିଆଯାଉଅଛି, ତେଣୁ ସମସ୍ତେ କିପରି ଉପଲବ୍ଧି କରିପାରିବେ ସଚେତନତା ସୃଷ୍ଟି କରି ଅନ୍ଧତ୍ୱ ଦୁରୀକରଣରେ ସମସ୍ତେ ଚେଷ୍ଟା କରିବା ବକ୍ତବ୍ୟ ରଖିଥିଲେ । ଚକ୍ଷୁ ବିଶେଷଜ୍ଞ ଡାକ୍ତର ପୂର୍ଣ୍ଣିମା ନନ୍ଦ ଏ ବର୍ଷର ବାର୍ତ୍ତା “ଏହି ଉଜ୍ୱଳ ଦୁନିଆକୁ ଉପଭୋଗ କରିବା ପାଇଁ ଆମ ଚକ୍ଷୁର ଯତ୍ନ ନେବା ” ଉପରେ ବକ୍ତବ୍ୟ ରଖିଥିଲେ ଯେ ମୋତିଆ ବିନ୍ଦୁ ହେଲେ ଅସ୍ତ୍ରାପଚାର କରି ଦୃଷ୍ଟି ଶକ୍ତି ଫେରେଇ ଆଣି ହୁଏ , କିନ୍ତୁ କଳାମୋତିଆ ଏମିତି ଏକ ଚକ୍ଷୁ ସମସ୍ୟା ଯଦି ସଅଳ ଚିକିତ୍ସା କରାନଯାଏ ତେବେ ସବୁଦିନପାଇଁ ଦୃଷ୍ଟି ଶକ୍ତି ହରେଇବାକୁ ପଡିଥାଏ । ତେଣୁ ଏଥିରୁ ରକ୍ଷା ପାଇବାକୁ ହେଲେ ପ୍ରତ୍ୟେକ ସମୟରେ କିଛି ବି ସମସ୍ୟା ଆଖିରେ ଦେଖାଦେବା କ୍ଷଣି ଡେରି ନ କରି ତୁରନ୍ତ ଚକ୍ଷୁ ବିଶେଷଣଜ୍ଞଙ୍କ ପରାମର୍ଶରେ ଚିକିତ୍ସା ନିଅନ୍ତୁ, ନଚେତ ସବୁଦିନ ପାଇଁ ଅନ୍ଧତ୍ୱକୁ ବାରଣ କରିବାକୁ ପଡିବ, ଏହି ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚିବା ଦରକାର । ଏକ ପ୍ରେଜେଣ୍ଟସନ ମାଧ୍ୟମରେ ଏହି କଳାମୋତିଆ କେତେ ଯେ ମାରାତ୍ମକ କ୍ଷତି ପହଞ୍ଚାଏ ସେ ସବୁ ଦେଖାଇ ସଚେତନ ସୃଷ୍ଟି କରିଥିଲେ । ଜଗତସିଂହପୁର ବିଭିନ୍ନ ୱାର୍ଡର ଆଖି ସମସ୍ୟା ଥିବା ମହିଳା ଓ ପୁରୁଷ ପୁରୁଷମାନେ ଉପସ୍ଥିତ ହୋଇ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନେଇଥିଲେ । ଜ଼ିଲ୍ଲା ସ୍ତରରୁ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ । ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଭାରେ ଜ଼ିଲ୍ଲା ସ୍ତରରୁ ଆସିଷ୍ଟାଣ୍ଟ ମ୍ୟାନେଜର ଅନିତା ଦାଶ, ମହିମା ଓ ନାରାୟଣୀ ସ୍କୁଲ ଅଫ ନର୍ସିଂର ପ୍ରିନସିପାଲ ଏବଂ ଛାତ୍ରଛାତ୍ରୀ, ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *