ଶୋକ ଖବର : ପୂର୍ବତନ ବିଧାୟକ ରସାନନ୍ଦ ସାହୁଙ୍କ ପରଲୋକ

କଟକ, ୨୩/୧୧/୨୦୨୩ (ଓଡ଼ିଶା ସମାଚାର)-  ଆଠଗଡ଼ ଓ ଟାଙ୍ଗୀ ଚୌଦ୍ବାର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା   ପରିବହନ ନିଗମ ର ପୂର୍ବତନ ଅଧ୍ୟକ୍ଷ ରସାନନ୍ଦ ସାହୁଙ୍କ ପରଲୋକ ଘଟିଛି ।  ୮୯ ବର୍ଷ ବୟସରେ ଗୁରୁଡ଼ିଝାଟିଆ ବାସ ଭବନ ରେ ତାଙ୍କର ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। କଂଗ୍ରେସ ଦଳରୁ ୧୯୮୦ ମସିହାରେ ଆଠଗଡ଼ ନିର୍ବାଚନ ମଣ୍ଡଳୀ ଓ ୧୯୮୫ ରୁ ୧୯୯୦ ଟାଙ୍ଗୀ ଚୌଦ୍ବାର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୮୦ରେ ନିର୍ବାଚିତ ହେବା ପରେ ନିଜ ପଦରୁ ଇସ୍ତଫା ଦେଇଥିଲେ। ୧୯୮୦ ରେ   ଓଡ଼ିଶା ପରିବହନ ନିଗମ ଅଧ୍ୟକ୍ଷ ଭାବେ ଦାଇତ୍ୱ  ଗ୍ରହଣ କରିଥିଲେ। ତାଙ୍କ ପରଲୋକ ରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *