ଓଡିଶାରେ ପ୍ରଥମ ହୋମ୍ ଷ୍ଟେ’ ଲଂଚ୍ କରିଛି ଓୟୋ —

ସ୍ଥାନୀୟ ସମୁଦାୟ ଗୁଡିକୁ ସଶକ୍ତ କରିବା ପାଇଁ ଓଡିଶା ଦକ୍ଷତା ବିକାଶ ନିଗମ ସହ ସହଭାଗିତା କରିଛି
• ପୁରୀରେ ପ୍ରଥମ ଓୟୋ- ଓଏସଡିଏ ହୋମ ଷ୍ଟେ କୁ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ କରିଛନ୍ତି । ଉଦଘାଟନ ଅବସରରେ ରାଜ୍ୟ କ୍ରୀଡାମନ୍ତ୍ରୀ ଙ୍କ ସହ ଓଏସ୍ଡିଏର ଅଧ୍ୟକ୍ଷ ଶ୍ରୀମତି ଅଳକା ମିଶ୍ରଯୋଗ ଦେଇଥିଲେ ।
• କୋଣାର୍କ, ଦାରିଙ୍ଗିବାଡି ଭଳି ଅନ୍ୟାନ୍ୟ ଲୋକପ୍ରିୟ ଗନ୍ତବ୍ୟ ସ୍ଥଳୀ ଗୁଡିକରେ ଆସନ୍ତା କିଛି ମାସ ମଧ୍ୟରେ ଅତିରିକ୍ତ ୫୦ଟି ହୋମ୍ ଷ୍ଟେ’ର ଶୁଭାରମ୍ଭ କରିବା ପାଇଁ ଓୟୋ ଓଡିଶା ରେ ନିଜର ଉପସ୍ଥିତି ବିସ୍ତାର କରିବାକୁ ଯୋଜନା ରଖିଛି ।
• ଏହି ପ୍ରକଳ୍ପ ସ୍ଥାନୀୟ ସମୁଦାୟ, ବିଶେଷକରି ଯୁବପିଢିଙ୍କୁ ସଶକ୍ତ କରିବା ଏବଂ ପର୍ଯ୍ୟଟନ ବିଭାଗ ମାଧ୍ୟମରେ ଗ୍ରାମାଂଚଳ ଅର୍ଥନୀତିକୁ ସମର୍ଥନ କରିବା ପ୍ରତି ଓୟୋର ବିଦ୍ୟମାନ ପ୍ରତିବଦ୍ଧତାର ଏକ ଅଂଶ ଅଟେ ।
• କମ୍ପାନୀ ପକ୍ଷରୁ ଅଯୋଦ୍ଧା, ଜମ୍ମୁ କଶ୍ମୀର ଓ ଏକ୍ତା ନଗର ଠାରେ ସ୍ଥାନୀୟ କର୍ତୃପକ୍ଷଙ୍କ ସହ ସହଭାଗିତାରେ ସମାନ ହୋମ୍ ଷ୍ଟେ କାର୍ଯ୍ୟକ୍ରମ ଗୁଡିକୁ ସଫଳତାର ସହ ଶୁଭାରମ୍ଭ କରାଯାଇଛି ।
ଭୁବନେଶ୍ୱର, ୧୩/୦୩/୨୦୨୪ (ଓଡ଼ିଶା ସମାଚାର)- ଗ୍ଲୋବାଲ ହସ୍ପିଟାଲିଟି ଟେକ୍ନୋଲୋଜି କମ୍ପାନୀ ଓୟୋ ଓଡ଼ିିଶାର ତୀର୍ଥଯାତ୍ରା ସହର ପୁରୀରେ ନିଜର ପ୍ରଥମ ହୋମ୍ ଷ୍ଟେ’ର ଶୁଭାରମ୍ଭ କରିବା ପାଇଁ ଓଡିଶା ଦକ୍ଷତା ବିକାଶ ନିଗମ ( ଓଏସଡିଏ) ସହ ହାତ ମିଳାଇଛି ।ଏହି ହୋମ୍ ଷ୍ଟେ କୁ ରାଜ୍ୟ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଉଦ୍ଘାଟନ କରିଥିଲେ । ଉଦ୍ଘାଟନ ଅବସରରେ କ୍ରୀଡା ମନ୍ତ୍ରୀଙ୍କ ସହ ଓଏସ୍ଡିଏ ର ଅଧ୍ୟକ୍ଷ ଶ୍ରୀମତି ଅଳକା ମିଶ୍ର ଉପସ୍ଥିତ ଥିଲେ ।ଏହି ସହଭାଗିତା ହୋମ୍ ଷ୍ଟେ କୁ ସଫଳଭାବେ ପରିଚାଳନା କରିବା, ଉଦ୍ୟୋଗିକତା ବିକଶିତ କରିବା ଏବଂ ଏକ ଅତିରିକ୍ତ ଆୟ ଉତ୍ସ ସୃଷ୍ଟି କରିବା ପାଇଁ ସ୍ଥାନୀୟ ଲୋକମାନଙ୍କୁ ଆବଶ୍ୟକୀୟ ଦକ୍ଷତା ଓ ତାଲିମ ସହ ସୁସଜ୍ଜିତ କରିବା ଉପରେ ଗୁରୁତ୍ୱ ଦେବ । ଗତ ଫେବୃଆରୀ ୧୯ ତାରିଖରେ ଭୁବନେଶ୍ୱରରେ ‘ଦ ଗ୍ଲୋବାଲ ସମିଟ୍ ଅନ୍ ଗ୍ରୋଥ୍ ଆଣ୍ଡ ଏମ୍ପ୍ଲୟମେଂଟ୍ ୨୦୨୪’ରେ ଓୟୋ ଏବଂ ଓଏସ୍ଡିଏ ମଧ୍ୟରେ ହୋମ୍ ଷ୍ଟେ ଗୁଡିକୁ ସ୍ଥାପନ କରିବା ପାଇଁ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଓଙ୍ଗିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓୟୋର ପ୍ରତିଷ୍ଠାତା ଓ ଗ୍ରୁପ୍ ସିଇଓ ରିତେଶ ଅଗ୍ରୱାଲ ଏବଂ ଓଏସଡିଏ ର ସିଇଓ, ଆଇଏଏସ୍ ରଘୁଜି.ଙ୍କ ମଧ୍ୟରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଥିଲା ।
ଭବିଷ୍ୟତକୁ ଦୃଷ୍ଟିରେ ରଖି ଓୟୋ ଓଡ଼ିଶାର କୋଣାର୍କ, ପୁରୀ, ରଘୁରାଜପୁର ଓ ଅନ୍ୟାନ୍ୟ ଲୋକପ୍ରିୟ ଗନ୍ତବ୍ୟ ସ୍ଥଳୀ ଗୁଡିକରେ ଆସନ୍ତା କିଛି ବର୍ଷ ମଧ୍ୟରେ ଅତିରିକ୍ତ ୫୦ଟି ହୋମ୍ ଷ୍ଟେ ର ଶୁଭାରମ୍ଭ କରି ରାଜ୍ୟରେ ନିଜର ଉପସ୍ଥିତି ବିସ୍ତାର କରିବାକୁ ଯୋଜନା ରଖିଛି, ଯାହା ପର୍ଯ୍ୟଟକଙ୍କୁ ଏକ ବିସ୍ତୃତ ଶୃଙ୍ଖଳାର ରହଣୀ ବିକଳ୍ପ ପ୍ରଦାନ କରିବ ।ଏହି ହୋମ୍ ଷ୍ଟେ ଗୁଡିକ ଭ୍ରମଣକାରୀଙ୍କୁ କେବଳ ଏକ ସ୍ୱତନ୍ତ୍ର ଓ ବାସ୍ତବ ଅନୁଭୂତି ପ୍ରଦାନ କରିବ ନାହିଁ ବରଂ ଓଙ୍ଗିଶାର ସ୍ଥାନୀୟ ସମୁଦାୟ ଗୁଡିକର, ବିଶେଷକରି ଯୁବପିଢିଙ୍କର ଅର୍ଥନୈତିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ।ଏହି ପ୍ରକଳ୍ପ ପର୍ଯ୍ୟଟନ ବିଭାଗ ମଧ୍ୟମରେ ସ୍ଥାନୀୟ ସମୁଦାୟ ଗୁଡିକୁ ସଶକ୍ତ କରିବା ଓ ଗ୍ରାମାଂଚଳ ଅର୍ଥନୀତିରେ ସହଯୋଗ କରିବା ପାଇଁ ଓୟୋ ର ବିଦ୍ୟମାନ ପ୍ରତିବଦ୍ଧତାର ଏକ ଅଂଶ ଅଟେ ।କମ୍ପାନୀ ପକ୍ଷରୁ ଅଯୋଦ୍ଧା, ଜମ୍ମୁକଶ୍ମୀର ଓ ଏକ୍ତା ନଗର ଠାରେ ସ୍ଥାନୀୟ କର୍ତୃପକ୍ଷଙ୍କ ସହ ସହଭାଗିତାରେ ସମାନ ହୋମ୍ ଷ୍ଟେ କାର୍ଯ୍ୟକ୍ରମ ଗୁଡିକୁ ସଫଳତାରସହ ଶୁଭାରମ୍ଭ କରାଯାଇଛି ।ଏହି ମୂଳ ସିଦ୍ଧାନ୍ତ ଗୁଡିକ ଭାରତ ବ୍ୟାପୀ ଓୟୋର ପରିଚାଳନା ପାଇଁ ଏକ ଚାଳନା ଶକ୍ତିଭାବେ ବଜାୟ ରହିଛି ।
ଏହି ସହଭାଗିତା ସମ୍ପକୟରେ ଓୟୋର ପ୍ରତିଷ୍ଠାତା ଓ ଗ୍ରୁପ ସିଇଓ ରିତେଶ ଅଗ୍ରୱାଲ କହିଛନ୍ତି, ‘ଓଡିଶାର ପୁଅ ଓ ପ୍ରଭୁ ଜଗନ୍ନାଥଙ୍କ ର ଜଣେ ଭକ୍ତଭାବେ ପୁରୀରେ ଆମର ପ୍ରଥମ ହୋମ୍ ଷ୍ଟେ ର ଶୁଭାରମ୍ଭ କରିବା ମୋ ପାଇଁ ବ୍ୟକ୍ତିଗତ ଭାବେ ଏକ ଗର୍ବର ମୁହୂର୍ତ ।ମୋ ନିଜ ରାଜ୍ୟର ଆତିଥ୍ୟ କ୍ଷେତ୍ରରେ ଯୋଗଦାନ ଦେବା ମୋ ପାଇଁ ସମ୍ମାନର ବିଷୟ ଅଟେ । ପୁରୀରେ ଆମର ପ୍ରଥମ ହୋମ୍ ଷ୍ଟେ କେବଳ ଏକ ବ୍ୟବସାୟିକ ପ୍ରୟାସ ନୁହେଁ ବରଂ ସ୍ଥାନୀୟ ଲୋକମାନଙ୍କୁ ସେମାନଙ୍କର ରୋଜଗାର ବୃଦ୍ଧି କରିବା ପାଇଁ ସୁଯୋଗ ପ୍ରଦାନ କରି ତୀର୍ଥଯାତ୍ରୀ ଓ ପରିଦର୍ଶକମାନେ ଯେପରି ସର୍ବୋତମ ମାନର ରହଣୀ ସୁବିଧା ପାଇପାରିବେ ତାହା ସୁନିଶ୍ଚିତ କରିବା ପାଇଁ ଏକ ବ୍ୟକ୍ତିଗତ ପ୍ରତିବଦ୍ଧତା ଅଟେ ।’
ଏ ସମ୍ପର୍କରେ ଓୟୋର ଷ୍ଟ୍ରାଟେଜିକ ଆଲିଆନ୍ସ ବିଭାଗର ମୁଖ୍ୟ ନିତିନ ଠାକୁର, ‘ଓଡିଶା ଦକ୍ଷତା ବିକାଶ ନିଗମ ସହ ଆମର ସହଭାଗିତା , ଓଡ଼ିଶାରେ ଉଦ୍ୟୋଗିକତାକୁ ବିକଶିତ କରିବା ଓ ସ୍ଥାୟୀ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ସୂଚିତ କରୁଛି ।ମିଳିତ ଭାବେ ଆମେ ଏହି ଅଂଚଳର ଆତିଥ୍ୟ କ୍ଷେତ୍ରର ସମ୍ପୂର୍ଣ୍ଣ କ୍ଷମତାକୁ ଉନ୍ମୋଚନ କରିବା ପାଇଁ ପ୍ରତିବଦ୍ଧ ରହିଛୁ ।’ ସେହିପରି ଓଙ୍ଗିଶାର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ‘ଓଡିଶା ସରକାର ରାଜ୍ୟରେ ହୋମ ଷ୍ଟେ ଗୁଡିକର ଶୁଭାରମ୍ଭ କରିବା ପାଇଁ ଓୟୋର ପଦକ୍ଷେପକୁ ସ୍ୱାଗତ କରୁଛନ୍ତି ।ଏହି ପ୍ରକଳ୍ପ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଏବଂ ଆମର ଯୁବପିଢି ପାଇଁ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟିକରିବା ନେଇ ଆମର ଲକ୍ଷ୍ୟ ସହ ଉପଯୁକ୍ତ ଭାବେ ଜଡିତ ରହିଛି । ଆମେ ବିଶ୍ୱାସ କରୁଛୁ ଯେ, ଏହି ସହଭାଗିତା କେବଳ ପର୍ଯ୍ୟଟନର ବିକାଶ କରିବ ନାହିଁ ବରଂ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ବିସ୍ତୃତ ଦର୍ଶକଙ୍କ ନିକଟରେ ପ୍ରଦର୍ଶିତ କରିବ ।’
ଓଡିଶା ଦକ୍ଷତା ବିକାଶ ନିଗମର ଅଧ୍ୟକ୍ଷ ଅଳକାମିଶ୍ର କହିଛନ୍ତି, ‘ଆମେ ଏହି ପ୍ରଭାବଶାଳୀ ପ୍ରକଳ୍ପରେ ଓୟୋ ସହ ସହଭାଗିତା କରି ଆନନ୍ଦିତ ।ଏହି ପଦକ୍ଷେପ ସ୍ଥାନୀୟ ଲୋକମାନଙ୍କୁ ଆୟର ଏକ ଅତିରିକ୍ତ ଉତ୍ସ ପ୍ରଦାନ କରି ଓ ଉଦ୍ୟୋଗିକତା ବିକଶିତ କରି ସେମାନଙ୍କୁ ସଶକ୍ତ କରିବ । ଆମେ ନିଶ୍ଚିତ ଯେ, ଏହା ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର ଓ ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ।’

Leave a Reply

Your email address will not be published. Required fields are marked *