ବିଶ୍ୱ ପର୍ୟ୍ୟଟନ ଦିବସ ଅବସରରେ ରାଜ୍ୟ ପର୍ୟ୍ୟଟନ ବିଭାଗ ଆନୁକୂଲ୍ୟରେ ବିଭିନ୍ନ କାର୍ୟ୍ୟକ୍ରମ

ଭୁବନେଶ୍ୱର,୨୬/୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆସନ୍ତାକାଲି ତା ୨୭/୦୯/୨୦୨୪ ରିଖ  ବିଶ୍ୱ ପର୍ୟ୍ୟଟନ ଦିବସ ଅବସରରେ ରାଜ୍ୟ ପର୍ୟ୍ୟଟନ ବିଭାଗ ଆନୁକୂଲ୍ୟରେ ବିଭିନ୍ନ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି।

ସକାଳ ୭.୩୦ ଟା ସମୟରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ କରକମଳରେ ଧଉଳି ଠାରେ ଧଉଳିରୁ କୋଣାର୍କ ପର୍ୟ୍ୟନ୍ତ ଏକ “ଐତିହ ସୁପରବାଇକ ରାଲି”ର ଶୁଭାରମ୍ଭ କରାଯିବ।

ଏଥିସହ ସନ୍ଧ୍ୟା  ୬:୩୦ ମିନିଟ ସମୟରେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି । ପର୍ୟ୍ୟଟନ ବିଭାଗ ସାଂସ୍କୃତିକ ପରିଷଦ ଦ୍ଵାରା ନାଟକ ଅଭିଶପ୍ତ ଘୁଙ୍ଗୁର ମଞ୍ଚସ୍ତ ହେବ ।

                                                                                     -୦-

ତନୁଜା ମହାନ୍ତି ,ଲୋକ ସମ୍ପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *