ଜୟ ଜଗନ୍ନାଥ
ବିଜୁ ଜନତା ଦଳର ସଭାପତି ଭାବରେ ଦଳର ସେବା କରିବା ପାଇଁ ମୋତେ ପୁଣି ଥରେ ସୁଯୋଗ ଦେଇଥିବାରୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି । ଆପଣମାନଙ୍କ ଏହି ଭଲ ପାଇବା ମୋତେ ସବୁବେଳେ ଆପଣମାନଙ୍କ ନିକଟରେ ରୁଣୀ କରିରଖିଛି ।
ଏହି ଅବସରରେ ଆମର ପ୍ରିୟ ନେତା ବିଜୁ ପଟ୍ଟନାୟକଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ ଳି ଜଣାଉଛି । ବିଜୁ ବାବୁ ଙ୍କ ଆଦର୍ଶ ସବୁବେଳେ ଆମକୁ ବାଟ ଦେଖାଇଆସିଛି ।
ଆଜି State Council Meeting କୁ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି । ଆମର elected District President. State Executive Member ଓ ଅନ୍ୟ elected ବନ୍ଧୁମାନଙ୍କୁ ମୂଁ ଅଭିନନ୍ଦନ ଜଣାଉଛି ।
ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶା ମା’ ର ସେବାର ସୁଯୋଗ ପାଇଥିଲା । ଏହି ସମୟ ଥିଲା ଓଡ଼ିଶା ବିକାଶର ସୁବର୍ଣ୍ଣ ଯୁଗ । ବିଭିନ୍ନ କ୍ଷେତ୍ରରେ Pioneering Role ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ହୋଇଥିଲା ।
ବିଜୁ ଜନତା ଦଳର Organizational Strength କୁ କେହି underestimate କରିବା ଉଚିତ ନୁହେଁ । ଆମର ପ୍ରତି କର୍ମୀ ଭାଇ ଭଉଣୀମାନଙ୍କ sprit ବହୁତ ଉଚ୍ଚା ଅଛି । ସେହିମାନେହିଁ ହେଉଛନ୍ତି ଆମ ଦଳର Real Asset । ଆମର ନୀତି ଓ ଆଦର୍ଶ ହେଉଛି ଆମର ଶକ୍ତି । ସରକାରରେ ରହେ ବା ନ ରହେ, ବିଜୁ ଜନତା ଦଳ ସବୁବେଳେ ଓଡିଶାବାସୀଙ୍କ ସେବା କରି ଚାଲିଛି ଏବଂ କରି ଚାଲିବ । ଓଡିଶାବାସୀଙ୍କ Empowerment ଆମର Focus । ମହିଳା, ଚାଷୀ, ଯୁବ ସମାଜ, ଶ୍ରମିକ ଓ ଜନଜାତି ସମସ୍ତଙ୍କ Empowerment ଆମର Focus। Regional Development ଆମର Focus। ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ସାଥୀରେ ବିଜେଡି ସବୁବେଳେ ଯୋଡି ହୋଇ ରହିଛି ଓ ରହିବ । ଓଡିଶାର ହକ୍ ପାଇଁ ଆମର ଲଢେଇ ଜାରି ରହିବ । ଓଡ଼ିଆ ସ୍ୱାଭିମାନ ଓ ଓଡ଼ିଶାଙ୍କ ସ୍ୱାର୍ଥ ଆମ ପାଇଁ ସବୁଠାରୁ ଉପରେ ।
ବିଜୁ ଜନତା ଦଳ ସବୁବେଳେ ତାର ଆଦର୍ଶରେ ଦୃଢ଼ ରହିଛି ଓ ରହିବ ।
We missed the last election with a narrow margin even though BJD got more popular votes. This is because we couldn’t effectively counter the false narrative.
Even now creating false narrative is the main strategy against BJD. We should be aggressive in exposing this false narrative especially in social media.
Let me honest in telling that we need to strongly improve put social media presence. Technology should be used to tell facts and without technology we can not reach out to people.
ବିଜେଡିର କର୍ମୀ, ଭାଇ ଭଉଣୀ ମାନଙ୍କ ଉପରେ ମୋର ପୁରା ଭରସା ଅଛି । ସେମାନେ ହିଁ ମିଛ ପ୍ରଚାରର ଉଚିତ୍ ଜବାବ ଦେବେ । ଓଡିଶାର ସବୁ ଗାଁ, ସବୁ ସହରରେ ଆମର ସେବାର ବାର୍ତ୍ତା ପହଞ୍ଚାଇବେ ।