କଟକ ସଦର ବ୍ଲକ: ଵିଏସକେୱ।ଇ ନବୀନ କାର୍ଡ ବଣ୍ଟନ

କଟକ ସଦର,୧୨/୦୩/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଵ୍ଲକର ୨୩ ଗୋଟି ପଞ୍ଚାୟତରୁ ଵିଏସକେୱ।ଇ କାର୍ଡ ରୁ ବାଦ୍ ପଡ଼ିଥିବା ୨୩୧୪ ଜଣ ହିତାଧିକାରୀଙ୍କୁ ଆଜି ମଙ୍ଗଳବାର ଦିନ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଵିଏସକେୱ।ଇ ନବୀନ କାର୍ଡ ବଣ୍ଟନ କରିଛନ୍ତି। ଏହି ଉପଲକ୍ଷେ କନ୍ଦରପୁର କଲେଜ ପଡିଆ ଠାରେ ଆୟୋଜିତ କାର୍ଡ ବଣ୍ଟନ ଶିବିରରେ ଵିଧାୟକଙ୍କ ସମେତ କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ଅତିରିକ୍ତ ଵିଡିଓ ଝାଡେଶ୍ୱର ଦାସ,ଯୋଗାଣ ନିରୀକ୍ଷକ କେଦାରନାଥ ପ୍ରଧାନୀ ପ୍ରମୁଖ ଯୋଗ ଦେଇଥିଲେ। କଟକ ଜିଲ୍ଲା ବିଜେଡ଼ି ଉପସଭାପତି ସମର ବେହେରା ଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଦର ବ୍ଲକ ଵିଜେଡି ସଭାପତି ପ୍ରମୋଦ ମହାପାତ୍ର, ଵିଧାୟକଙ୍କ ବ୍ଲକ ପ୍ରତିନିଧି ବିଭୁତି ଭୁଷଣ ପରିଡ଼ା, ଯୁବ ଵିଜେଡି ସଭାପତି ହିମାଂଶୁ ଦାସ, ଜିଲ୍ଲା ଵିଜେଡି ଉପସଭାପତି ଅଚ୍ୟୁତାନନ୍ଦ ଦାସ, ନିଶ୍ଚିନ୍ତକୋଇଲି ବ୍ଲକ ଵିଜେଡି ଉପସଭାପତି ରୁସ୍ତମ ମହମ୍ମଦ ଙ୍କ ସମେତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିସହିତ କେତେକ ନୂଆ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *