ଉଦଘାଟିତ ହେଲା ରୋଟାରୀ ବଡ଼ବିଲ ଆଇ ହସ୍ପିଟାଲ ।

                                    ମିଳିବ ନିଃଶୁଳ୍କ ସେବା, ଉପକୃତ ହେବେ ଖଣି ଅଞ୍ଚଳବାସୀ ।

ବଡ଼ବିଲ,୨୮/୦୬/୨୦୨୫ (ଓଡ଼ିଶା ସମାଚାର)-ବଡ଼ବିଲ ଭଦ୍ରାସାହି ଭୂଷୁଗାଁ ଠାରେ ରୋଟାରୀ ବଡ଼ବିଲ ଆଇ ହସ୍ପିଟାଲର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି । ବର୍ଣ୍ଣାଢ଼୍ୟ ଉଦଘାଟନୀ ସମାରୋହରେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିୟନ୍ ଯଜ୍ଞଶୀଷ ମହାପାତ୍ର, ପଦ୍ମଶ୍ରୀ ଡ. ତୁଳସୀ ମୁଣ୍ଡା, ଭଦ୍ରାସାହି ସରପଞ୍ଚ  ପ୍ରମିଳା ନାଏକ, ସେରେଣ୍ଡା ସରପଞ୍ଚ ସସ୍ମିତା ସିଦ୍ଦୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ରୋଗୀ ମାନଙ୍କର ଚକ୍ଷୁ ପରୀକ୍ଷା କରାଯିବା ସହ ଆବଶ୍ୟକତା ଅନୁସାରେ ସେମାନଙ୍କର ଅସ୍ତ୍ରୋପଚାର ମଧ୍ୟ କରାଯିବ ବୋଲି ବଡବିଲ ରୋଟାରୀ କ୍ଳବ୍ ପକ୍ଷରୁ କୁହାଯାଉଛି ।  ଖଣି ଅଞ୍ଚଳରେ ଧୂଳି, ଧୂଆଁ ଜନିତ ପ୍ରଦୂଷଣ ଯୋଗୁଁ ଚକ୍ଷୁ ରୋଗୀଙ୍କ ସମସ୍ୟା ବୃଦ୍ଧି ପାଉଥିବାବେଳେ, ଚିକିତ୍ସା ପାଇଁ ବାହାରକୁ ଯିବାକୁ ପଡୁଥିଲା, ମାତ୍ର ଏବେ ରୋଟାରୀ କ୍ଳବର ଏହି ହସ୍ପିଟାଲରେ ଉନ୍ନତ ଧରଣର ଚିକିତ୍ସା ମିଳିପାରିବ ତାହା ପୁଣି ସମ୍ପୂର୍ଣ୍ଣ ଭାବରେ ମାଗଣା ।

ବିଶେଷ କରି ଗରୀବ ଶ୍ରେଣୀର ଲୋକେ ଉପକୃତ ହୋଇପାରିବେ । ରୋଟାରୀର ଏଭଳି ପ୍ରୟାସକୁ ପ୍ରଶଂସା କରାଯାଇଛି । ଏହି ହସ୍ପିଟାଲ ପାଇଁ  ବଡ଼ବିଲ ରୋଟାରି କ୍ଳବ ର ପୂର୍ବତନ ସମ୍ପାଦକ ଧର୍ମୁ ଅଗ୍ରୱାଲ ମାଗଣାରେ ସମ୍ପୂର୍ଣ ଜମି ଯୋଗାଇ ଥିବାର ସୂଚନା ମିଳିଥିଲା ସମ୍ପାଦକ ବଳରାମ ଗୁପ୍ତା ସଭାପତି ଅନ୍ତୋନୀ ଦେଭିଡ, ଅଧ୍ୟକ୍ଷ ମନୋଜ ମାଣିକ, ଅଶୋକ ଠକର ଓ ରୋଟାରି ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ।

Leave a Reply

Your email address will not be published. Required fields are marked *