ଜ଼ିଲ୍ଲା ସ୍ତରୀୟ ଲିଙ୍ଗଭିତ୍ତିକ ହିଂସା ସଚେତନତା ପକ୍ଷ ପାଳନ-୨୦୨୪

ଜଗତସିଂହପୁର, ୨୮/୧୧/୨୦୨୪ (ଓଡ଼ିଶା ସମାଚାର)- ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ସଭାଗୃହ ଠାରେ ଜ଼ିଲ୍ଲା ସ୍ତରୀୟ ଲିଙ୍ଗଭିତ୍ତିକ ହିଂସା ସଚେତନତା ପକ୍ଷ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଘୁନାଥ ନାୟକ ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ପକ୍ଷ ନଭେମ୍ବର୨୫ତାରିଖ ରୁ ଡିସେମ୍ବର୧୦ତାରିଖ ପର୍ଯ୍ୟନ୍ତ ପାଳିତ ହେଉଅଛି ।ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ଵଳନ ସହ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ଉଦ୍ଘାଟନ କରାଯାଇଥିଲା  । ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଘୁନାଥ ନାୟକ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ସହ ନିଜ ଅଭିଭାଷଣରେ କହିଲେଯେ,ଆଜିର ସମାଜରେ ଏହି ହିଂସା ଓ ଉତ୍ପୀଡ଼ନ ଯେ କେତେ ପ୍ରଭାବ ପକାଉଛି ଯାହାଦ୍ୱାରା ସମାଜରେ ମହିଳା ଓ ଝିଅମାନଙ୍କର ସମ୍ମାନର ସହ ବଞ୍ଚିବା କଠିନ ହେଇଯାଉଛି, ସେମାନେ ତାଙ୍କ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି, ମହିଳାଙ୍କ ଉପରେ ଅତ୍ୟାଚାରର ମାତ୍ରା ବଢୁଛି, ତେଣୁ ସଚେତନତା ହିଁ ଏହାକୁ କମାଇ ଏକ ସୁସ୍ଥ ସମାଜ ସୃଷ୍ଟି କରିପାରିବ ଓ ମହିଳା ମାନେ କିପରି ନଡରି ପ୍ରତିବାଦ ପାଇଁ ସଶକ୍ତ ହେବେ, ସେଥିପାଇଁ ଆମେ ସମସ୍ତେ ଚେଷ୍ଟା କରିବା। ମହିଳା ସୁରକ୍ଷା ଦିଗରେ ଥିବା ଆଇନ ବିଷୟରେ, ସମାଜକୁ ସଚେତନ କରିବା ଉଚିତ ବୋଲି ସେ ବକ୍ତବ୍ୟ ରଖିଥିଲେ । ଉକ୍ତ ସଭାରେ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବି.ଡି. ଡି. ଚନ୍ଦନା ଉପସ୍ଥିତ ରହି ଆଇନର ପ୍ରତ୍ୟେକ ଦିଗ ବିଷୟରେ ଅବଗତ କରାଇଥିଲେ, ଯଥା:  ଘରୋଇ ହିଂସା, ଯୌନ ସମ୍ବନ୍ଧୀୟ ହିଂସା, ଅଶୋଭନୀୟ ଆଚରଣ, ଅପହରଣ, ମହିଳା/ଝିଅ ଚାଲାଣ, ଲିଙ୍ଗଭେଦ, ବାଲ୍ୟ ବିବାହ, ଯୌତୁକ ଜନିତ ନିଯ୍ୟାତନା ବା ଶୋଷଣ, ଏସିଡ ଫିଙ୍ଗିବା, ଡାହାଣୀ ସନ୍ଦେହରେ ନିଯ୍ୟାତନା ଦେବା, କର୍ମକ୍ଷେତ୍ରରେ ମହିଳାଙ୍କୁ ଅଶୋଭନୀୟ ବ୍ୟବହାର କରିବା ଇତ୍ୟାଦି ର ଆଇନଗତ ଦିଗ ବିଷୟରେ ଜଣାଇବା ସହ ଆମ ଜ଼ିଲ୍ଲାରେ ଏହି ସେବା ପ୍ରଦାନ ବ୍ୟବସ୍ଥା ବିଷୟରେ ଅବଗତ କରାଇଥିଲେ ଓ ସମସ୍ତଙ୍କ ସହଯୋଗରେ ଏହାକୁ ସଫଳରୂପ ଦେଇ ମହିଳାଙ୍କ ସମ୍ମାନର ସହ ବଞ୍ଚିବାକୁ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ ବୋଲି କହିଥିଲେ । ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ ବାରିକ ଏହି ପକ୍ଷ ପାଳନର ଉଦ୍ଧେଶ୍ୟ ବିଷୟରେ ଆଲୋକପାତ କରିବାକୁ ଯାଇ ଅଭିଭାଷଣ ରଖିଥିଲେ ଯେ ଏହା ଶାରିରୀକ, ମାନସିକ, ଯୌନ ଜନିତ କିମ୍ବା ଧମକ ଦେବା ଯାହାବି ହେଇପାରେ ସବୁ ଲିଙ୍ଗଗତ ହିଂସାରେ ଅନ୍ତର୍ଗତ, ଏଭଳି ହେଲେ ସହାୟତା ନମ୍ବର ସଖିକେନ୍ଦ୍ର ମହିଳାଙ୍କ ପାଇଁ -୧୮୧/୧୧୨ ଓ ଶିଶୁ ସହାୟତା ନମ୍ବର ୧୦୯୮ ରେ ଯୋଗାଯୋଗ କରିବେ କିମ୍ବା ନିକଟସ୍ଥ ଅଙ୍ଗନବାଡି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀ ଙ୍କ ସହିତ ମଧ୍ୟ ଆଲୋଚନା କରିପାରିବେ, ତା ସହ ଯଦି କର୍ମକ୍ଷେତ୍ରରେ କୌଣସି ମହିଳାଙ୍କୁ କିଏ ଅଶୋଭନୀୟ ସମ୍ମାନହାନୀ ହେଲାଭଳି ଆଚରଣ କରେ ତେବେ ଜ଼ିଲ୍ଲାରେ ଏକ ଅଭିଯୋଗ କମିଟି ଅଛି, ସେଠି ଅଭିଯୋଗ କରିପାରିବେ । ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ଼ିସପ୍ଲେ କରାଯାଇଛି ଅଭିଯୋଗ କମିଟି ମେମ୍ବରଙ୍କ ନାମ ଓ ଯୋଗାଯୋଗ ନମ୍ବର ସୂଚନା ଦେଇଥିଲେ । ଜ଼ିଲ୍ଲା ସଖିକେନ୍ଦ୍ର ର ଡ଼ାଇରେକ୍ଟର ପୁର୍ଣଚନ୍ଦ୍ର ମଲ୍ଲ ସଖିକେନ୍ଦ୍ରରେ ଉପଲବ୍ଧ ସହାୟତା ଯଥା:ପୋଲିସ ସହାୟତା ,ଡାକ୍ତରୀ ସହାୟତା, ଆଇନଗତ ସହାୟତା, ମାନସିକ ଓ ସାମାଜିକ ପରାମର୍ଶ,ଆଶ୍ରୟ, ଅନ୍ୟ କୌଣସି ଆବଶ୍ୟକ ସହାୟତା ମିଳିପାରିବ ବୋଲି ଅବଗତ କରାଇଥିଲେ  । ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ ଜେନା ଯଥାଶୀଘ୍ର ବିନାମୂଲ୍ୟରେ ସ୍ୱାସ୍ଥ୍ୟସେବା, ସେଫ କୀଟର ବ୍ୟବହାର ଓ ନିୟମ ଇତ୍ୟାଦି ବିଷୟରେ ଅବଗତ କରାଇଥିଲେ । ଉକ୍ତ ସଭାରେ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ । ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।  ଜ଼ିଲ୍ଲାସ୍ତରରୁ ଡାକ୍ତର ସ୍ଵର୍ଣ୍ଣଲତା ଦେଇ, ଡାକ୍ତର ବିବେକାନନ୍ଦ ପଣ୍ଡା, ପ୍ରୋଗ୍ରାମ ମ୍ୟାନେଜର ଚକ୍ରଧର ଜେନା, ଆକାଉଣ୍ଟ ମ୍ୟାନେଜର ନୀଳମାଧଵ ରଥ, ଡାକ୍ତର ସ୍ମୃତି ରଞ୍ଜନ ପଣ୍ଡା, ଅସିତ ଦାଶ, ଆସିଷ୍ଟାଣ୍ଟ ମ୍ୟାନେଜର ସ୍ବସ୍ତି ମହାନ୍ତି(ଲିଗାଲ ଆଡ଼ଭାଇଜର), ଅମିତା ପଣ୍ଡା, ସୋନିଆ ବୋଷ, ମନୋରଞ୍ଜନ ମହାପାତ୍ର, ହସ୍ପିଟାଲ ମ୍ୟାନେଜର ସସ୍ମିତାସାହୁ, ସଚିନସାହୁ, ସମସ୍ତ ଅଧିକାରୀ ଓକ ର୍ମଚାରୀ ଙ୍କ ସହିତ ବ୍ଲକ ସ୍ତରରୁ ସମସ୍ତ ସୁପରିଟେଣ୍ଡେଣ୍ଟ ଓ ପ୍ରୋଗ୍ରାମ ଅଫିସରମାନେ ଉପସ୍ଥିତଥିଲେ ।

Leave a Reply

Your email address will not be published. Required fields are marked *