ଚିନ୍ମୟୀ ଗ୍ରୁପର ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ପରିବେଷଣ

ଭୁବନେଶ୍ୱର, ୧୧/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସ୍ଥାନୀୟ ସହିଦନଗର ସ୍ଥିତ ସାଂସ୍କୃତିକ ସମିତି ଠାରେ ଚିନ୍ମୟୀ ନର୍ସରୀ ସ୍କୁଲ ଓ ଚିନ୍ମୟୀ କ୍ଲାସିକ୍ସର ୨ ଦିନ ବ୍ୟାପି ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ପିଲା ଓ ମହିଳାମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ ହୋଇଯାଇଛି। ପ୍ରଥମ ଦିବସ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟ ଓଡ଼ିଶାର ରୁଦ୍ର ନାରାୟଣ ସାମନ୍ତରାୟ, ଶିକ୍ଷାବିତ ପ୍ରୀତିନନ୍ଦା ମହାପାତ୍ର ଓ ଆଦିତ୍ୟ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ସୁଚିନ୍ତିତ ତଥ୍ୟ ଓ ଉପଦେଶ ଉପସ୍ଥାପନ କରି ପିଲାଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ସମ୍ପାଦିକା ପ୍ରଭାତୀ କର ଓ ଦିପ୍ତିପ୍ରଭା ରଥ ପ୍ରଥମ ଦିବସ କାର୍ୟ୍ୟକ୍ରମକୁ ସୂଚାରୁ ରୂପେ ସଞ୍ଚାଳନ କରିଥିଲେ।
ଦ୍ଵିତୀୟ ରଜନୀର ସଂଧ୍ୟାକାଳିନ ମନୋମୁଗ୍ଧକର କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲେଖିକା ବିଜୟଲକ୍ଷ୍ମୀ ପଟ୍ଟନାୟକ, ଓଡ଼ିଶୀ ନୃତ୍ୟ ଗବେଷକ ଡଃ. ମନୋଜ କୁମାର ବେହେରା, ଶହୀଦନଗର କର୍ପୋରେଟର ରାଜକିଶୋର ଦାସ ଓ ତାଙ୍କ ପତ୍ନୀ ଶକୁନ୍ତଳା ଦାସ ଏବଂ ଶୋଭେଦିତା ରାୟ ଉପସ୍ଥିତ ରହି କାର୍ୟ୍ୟକ୍ରମ ଉପଭୋଗ କରିଥିଲେ। ଗୁରୁ ବିଜୟ ଓ ଗୁରୁ ମିନାକ୍ଷୀଙ୍କ ଶିଷ୍ୟ ଛାତ୍ରଛାତ୍ରୀମାନଙ୍କ ପରିବେଷିତ ନୃତ୍ୟ ସମସ୍ତଙ୍କ ଦ୍ବାରା ପ୍ରଶଂସିତ ହୋଇଥିଲା। ମହିଳା ଦିବସ ଅବସରରେ କର୍ପୋରେଟର ରାଜକିଶୋର ସମସ୍ତ ମହିଳାମାନଙ୍କୁ ସମ୍ମାନିତ କରି ନାରୀଶକ୍ତି ଏବଂ ଏହାର ଯଥାର୍ଥତା ବିଷୟରେ ବୁଝାଇ ଥିଲେ। କାର୍ୟ୍ୟକ୍ରମରେ ବହୁସଂଖ୍ୟକ ବ୍ୟକ୍ତି ଉପସ୍ଥିତ ରହି ଉପଭୋଗ କରିଥିଲେ।

Leave a Reply

Your email address will not be published. Required fields are marked *