ଦଶରଥପୁର,୧୧/୦୩/୨୦୨୪(ଓଡ଼ିଶା ସମାଚାର)- ଦଶରଥପୁର ବ୍ଲକ କନିକାପଡା ପଞ୍ଚାୟତସ୍ତ ନରଣାପାଟ ଗ୍ରାମରେ ଫିଫ୍ଟଟିଂଥ ସିଏଫସୀ ଯୋଜନାରେ ନିର୍ମାଣ ହେବାକୁ ଥିବା ସେଠି ସାହି ଠାରୁ ଇଚ୍ଛାବତୀ ମନ୍ଦିର ରାସ୍ତାର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିନିଧି କର୍ଣ୍ଣାଟ କେଶରି ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାସ୍ତାର ଶିଳାନ୍ୟାସ କରିଥିଲେ । ଉକ୍ତ ଶିଳାନ୍ୟାସ ଉତ୍ସବରେ ସମ୍ମାନିତ ଅତିଥିଭାବେ ଯାଜପୁର ଜିଲ୍ଲା ବିଯୁ ଜନତା ଦଳର ସଭାପତି ସରୋଜ କୁମାର ମହାପାତ୍ର, କନିକାପଡା ପଞ୍ଚାୟତର ଯୁବ ଇଂ ତିମିରକାନ୍ତ ସେନାପତି, ୫ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ମନସ୍ବିନୀ ଦାସ, ୬ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ, କନିକାପଡା ପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର ଯେନା, କନିକାପଡା ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରାକେଶ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆଶିଷ ମହାପାତ୍ର, ଅଭୟ ଦଳେଇ, ସୁରେଶ ବାରିକ , ପଞ୍ଜାବ କେଶରି ମହାପାତ୍ର, ଦିବ୍ୟରଞ୍ଜନ ଦାସ, ଲିଟୁ ଭଞ୍ଜ ପ୍ରମୁଖ ସହଯୋଗ କରିଥିଲେ ।
କନିକାପଡା ସେଠିସାହି ଠାରୁ ଇଚ୍ଛାବତୀ ମନ୍ଦିର ରାସ୍ତାର ଶିଳାନ୍ୟାସ ଉତ୍ସବ
