ପ୍ରହରାଜପୁର ହାଇସ୍କୁଲର ବାର୍ଷିକ କ୍ରୀଡ଼ା ଉଦଯାପିତ

କଟକ ସଦର,୧୦/୦୧/୨୦୨ ୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପ୍ରହରାଜପୁର ସରକାରୀ ହାଇସ୍କୁଲର ତିନି ଦିନିଆ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ଉପଲକ୍ଷେ ପୁରସ୍କାର ବିତରଣ ସଭାରେ ବରିଷ୍ଠ ଶିକ୍ଷାବିତ ପ୍ରଦୀପ୍ତ କୁମାର ଆଚାର୍ଯ୍ୟ,ସିଆରସିସି ସେକ ସିରାଜ ଉଲ୍ଲା,ଏସଏମସି ସଭାପତି ଅକ୍ଷୟ କୁମାର ବେହେରା, ପୂର୍ବତନ ଶିକ୍ଷୟତ୍ରୀ ଆଲୋକ ଲକ୍ଷ୍ମୀ ସତପଥି ପ୍ରମୁଖ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଖେଳ ଓ ଉତ୍ସବ ପରିଚାଳନାରେ ମହମ୍ମଦ ଆସଫାକ (ଫାକି ସାର୍),ସ୍ୱର୍ଣ୍ଣଲକ୍ଷ୍ମୀ ବେହେରା, ମମତା ସାହୁ, ତପସ୍ୱିନୀ ମଲ୍ଲିକ,ମାନସୀ ମଲ୍ଲିକ, ନୁରୁଲ ନିଶା, ବୁଦ୍ଧଦେବ ଶଵର,ସର୍ଵଜୀତ ରାଉତ, ମହମ୍ମଦ ଆସିକ,ଶିଵପ୍ରସାଦ ସେନାପତି, ଲକ୍ଷ୍ମୀଧର ଭୋଇ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ସହାୟତା ଯୋଗାଇଥିଲେ।

Leave a Reply

Your email address will not be published. Required fields are marked *