ପଥର ବୋଝେଇ ଟ୍ରକ ଜବତ: ଡ଼୍ରାଇଭର ଗିରଫ

ନିରାକାରପୁର,୧୦/୦୩/୨୦୨୪ (ଓଡ଼ିଶା ସମାଚାର)-  ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଆଇଆଇସି ବିଶ୍ୱଜିତ୍ ରାଉତରାୟ ସଦଳବଳେ ଆଜି ଭୋରୁ ପାଟ୍ରୋଲିଙ୍ଗ ବେଳେ ଗୋଟିଏ ଟ୍ରକ୍ ନଂ ଓଆର ୧୩ ଜି ୨୨୦୫ ମାଙ୍କଡ଼ା ପଥର ବୋଝେଇ ହୋଇ ହରିପୁର ଆଡ଼କୁ ଯାଉ ଥିବାବେଳେ ଅଟକାଇଥିଲେ। ପଥର ପରିବହନ ନିମନ୍ତେ ଆନୁଷଙ୍ଗିକ କାଗଜପତ୍ର ନ ଥିବାରୁ ପୋଲିସ ଗାଡ଼ିକୁ ଜବତ କରିଥିବାବେଳେ ଡ଼୍ରାଇଭର ରାଜେଶ ପ୍ରଧାନ ଙ୍କୁ ଗିରଫ କରିଛି। ନିରାକାରପୁର ଥାନା କେଶ ନଂ ୭୦/୨୪ ରେ ମାମଲା ରୁଜୁ ହୋଇଥିବା ଏଏସଆଇ ଦିପାଲିଶା ନାୟକ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *