ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ନିରାକାରପୁର, ୦୯/୦୩/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର  ଆର୍ଯ୍ୟବିହାର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୫ମ ଶ୍ରେଣୀର ଛାତ୍ର ଶୁଭଙ୍କର ମିଶ୍ର, ଅର୍ପିତା ଜେନା, କୃଷ୍ଣା ପିତା ଷଡ଼ଙ୍ଗୀ ଟାଙ୍ଗୀ ବ୍ଳକ ସ୍ତରରେ ୫ମ ବୃତ୍ତି ପରୀକ୍ଷାରେ ଯଥାକ୍ରମେ ୧ମ, ୩ୟ ଓ ୪ ର୍ଥ ସ୍ଥାନ ଅଧିକାର କରି ବିଦ୍ୟାଳୟର ମାନ ବୃଦ୍ଧି କରିଛନ୍ତି। ତତ୍‌ ସହିତ ୩ୟ ବୃତ୍ତି ପରୀକ୍ଷାରେ ଅଂଶୁମାନ ଦଳେଇ, ପ୍ରତ୍ୟୁଷା ପ୍ରିୟ ଦର୍ଶିନୀ ଓ ସାଇ ଶ୍ରେୟାଂସ ଦାସ ମଧ୍ୟ କୃତିତ୍ଵ ଅର୍ଜନ କରିଛନ୍ତି। ଏହି ଅବସରରେ ବିଦ୍ୟାମନ୍ଦିର ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା। ବିଦ୍ୟାମନ୍ଦିରର ସଂପାଦକ ବିଭୁତି ଭୂଷଣ ଆଚାର୍ଯ୍ୟ କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।ପ୍ରଧାନ ଆଚାର୍ଯ୍ୟା ନଳିନୀ ରଥ ଛାତ୍ର ଛାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ସଭାରେ ବିଦ୍ୟାମନ୍ଦିରର ଆଚାର୍ଯ୍ୟା ସଂନ୍ଧ୍ୟାରାଣୀ ବାହିନୀପତି, ସୁଜାତା ଶ୍ରୀଚନ୍ଦନ, ଅନୁରାଧା କର, ରାଜଲକ୍ଷ୍ମୀ ବଳିୟାରସିଂହ, ମମତା ମିଶ୍ର, ମମତା ମହତ୍ଵ, ସସ୍ମିତା ମହାରଣା,ଆଚାର୍ଯ୍ୟ ଜିତେନ୍ଦ୍ର କୁମାର ପୃଷ୍ଟି, ପବିତ୍ର କୁମାର ରାଉତରାୟ ଓ ଲଲାଟ କୁମାର ସାହୁ ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କ ସଫଳତାରେ ଖୁସିବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *