ଶ୍ରୀଚନ୍ଦନପୁର ଗ୍ରାମରେ ବିଶ୍ୱଶାନ୍ତି ରୁଦ୍ର ଯଜ୍ଞ ଆରମ୍ଭ

ପାଟକୁରା,୨୫/୦୩/୨୦୨୫(ଓଡ଼ିଶା ସମାଚାର)- ଗରଦପୁର ବ୍ଳକ ଅଧୀନ ବେଡାରୀ ଗ୍ରାମପଞ୍ଚାୟତ ଶ୍ରୀଚନ୍ଦନ ପୁର ଆଖଣ୍ଡଳମଣି ମନ୍ଦିର ପରିସରରେ ବିଶ୍ୱଶାନ୍ତୀ ରୁଦ୍ର ଯଜ୍ଞ ଆରମ୍ଭ ହୋଇଛି ।

ଏହି ଉପଲକ୍ଷେ ଗତକାଲି ସୋମବାର ଅଙ୍କୁରା ରୋପଣ କରାଯାଇଥିଲା । ଆଜି ମଙ୍ଗଳବାର ସକାଳେ ଗ୍ରାମଠାରୁ ଦୁଇ କିଲୋମିଟର ଦୂର ବେଡାରୀ ନିକଟ ପବିତ୍ର ଚିତ୍ରୋତ୍ପଳା ନଦୀରୁ ପୂଜାପାଠ ପରେ ଶ୍ରଦ୍ଧାଳୁ ପୁରୁଷ ଓ ମହିଳା ନାମ କଳସ ବୁଡାଇ ସଙ୍କିର୍ତନ , ବାଜା ଓ ଆତସ ବାଜି ସହ ଏକ ଶୋଭାଯାତ୍ରା ରେ ଆସି ଯଂଜ୍ଞମଣ୍ଡପରେ ୧୦୮ପୂର୍ଣ୍ଣ କଳସ ସ୍ଥାପନ କରିଥିଲେ ।

ଏହାପରେ ସୂର୍ୟ୍ୟପୂଜା, ରୁଦ୍ରାଭିଷେକ, ଯଜ୍ଞ କୁଣ୍ଡରେ ଅଗ୍ନି ସ୍ଥାପନ, ଆହୁତି ପ୍ରଦାନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ପ୍ରବଚନ କାର୍ୟ୍ୟକ୍ରମ ରହିଛି । ଆଗାମୀ କାଲି ବୁଧବାର ସକାଳେ ସୂର୍ୟ୍ୟ ପୂଜା, ଗୋପୁଜା , ଘୃତ ଯାଜ୍ଞ ଆହୁତି ଆଦି କାର୍ଯ୍ୟକ୍ରମ ରହିଥିବାବେଳେ ରାତି ନଅଟା ମଧ୍ୟରେ ଯଜ୍ଞର ପୂର୍ଣ୍ଣାହୁତି ପ୍ରଦାନ କରାଯିବାର କାର୍ୟ୍ୟକ୍ରମ ସ୍ଥିର କରାଯାଇଛି । ଗୁରୁବାର ଦିନ ଅଷ୍ଟମ ପ୍ରହରୀ ନାମ ଯଜ୍ଞ ର ସମାପନ ଓ ଦଧି ହାଣ୍ଡି ଭଂଗାଯିବା ର  କାର୍ୟ୍ୟକ୍ରମ ସ୍ଥିର କରାଯାଇଥିବା ଗ୍ରାମବାସୀଙ୍କ ଠାରୁ ଜଣାଯାଇଛି ।

 

ଶ୍ରୀଚନ୍ଦନପୁର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ଧାର୍ମିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି । ଗ୍ରାମରେ ଆମିଷ ବାରଣ କରାଯାଇଛି । ଅତ୍ୟନ୍ତ ନିଷ୍ଠା ସହକାରେ ଗ୍ରାମବାସୀମାନେ ଯଜ୍ଞକାର୍ୟ୍ୟ କରୁଛନ୍ତି । ଆଲୋକସାହୁ ଓ ମାନସୀ ଲେଙ୍କା କର୍ତ୍ତା ଭାବେ ଯଜ୍ଞକାଯ୍ୟରେ ନିୟୋଜିତ ଅଛନ୍ତି ।

Leave a Reply

Your email address will not be published. Required fields are marked *