ଯାଜପୁର,୦୬/୦୩/୨୦୨୪ (ଓଡ଼ିଶା ସମାଚାର)- ଭାରତୀୟ ଜନତା ପାର୍ଟି ଯାଜପୁର ସାଂସଦ ପ୍ରାର୍ଥି ଆଶାୟୀ ତାଲିକାରେ ମଧୁସୁଦନ ଆଇନ୍ ବିଶ୍ଵବିଦ୍ୟାଳୟ ର ପୂର୍ବତନ ଛାତ୍ର ନେତା ତଥା ଓଡ଼ିଶାର ଉଚ୍ଚତମ ନ୍ୟାୟାଳୟ ରେ କାର୍ଯ୍ୟରତ ଯୁବ ଆଇନଜୀବି ସୁମନ୍ତ ମଲ୍ଲିକ। ସେ ଜଣେ ଯୁବ ସମାଜସେବୀ ଭାବରେ ଜଣାଶୁଣା ।ସେ କରୋନା ସମୟରେ ଖାଦ୍ୟ,ବଣ୍ଟନ କରିବା ସହିତ ସରକାରୀ ଡାକ୍ତରଖାନା ରେ ରୋଗୀ ଙ୍କୁ ରକ୍ତ ଯୋଗାଡ଼ କରିବାରେ ପୂର୍ଣ୍ଣ ସାହାଯ୍ୟ କରୁଥିଲେ।
ବନ୍ୟା ସମୟରେ ଯାଜପୁର ବରୀ ରେ ଖାଦ୍ୟ ବଣ୍ଟନ ଠାରୁ ଆରମ୍ଭ କରି ମଶାରୀ ଲୋକମାନଙ୍କୁ ବଣ୍ଟନ କରୁଥିଲେ। ସମସ୍ତଙ୍କ ସୁଖର ଦୁଃଖର ସାଥୀ ସେ । ତାଙ୍କ ଘର ଯାଜପୁର ଜିଲ୍ଲାର ବରୀ ବ୍ଲକ ର ମହାକାଳପଡ଼ା ଗ୍ରାମ ରେ । ସେ ଜଣେ ମେଧାବୀ ଛାତ୍ର। କୃଷକ ପରିବାର ରେ ଜନ୍ମ ଗ୍ରହଣ କରିଥିବା ସୁମନ୍ତ ଙ୍କ ରହିଛି ଦୃଢ଼ ସଙ୍ଗଠନ ।