କଟକ ସଦର,୦୨/୦୪/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ପ୍ରଦୀପ୍ତ କୁମାର ଦାସଙ୍କ ଅନୁମୋଦନ କ୍ରମେ ପିସିସି ସଭାପତି ଭକ୍ତ ଚରଣ ଦାସ କଟକ ସଦର ବ୍ଲକ କଂଗ୍ରେସ ସଭାପତି ଭାବେ ଜଣାଶୁଣା ସଂଗଠକ ସୀତାକାନ୍ତ ପଣ୍ଡା ଙ୍କୁ ମନୋନୟନ କରିଛନ୍ତି। ଏହା ଜଣାପଡିବା ପରେ କଂଗ୍ରେସ କର୍ମୀ ମହଲରେ ଖୁସିର ଲହରୀ ଖେଳିଯାଇଛି।
ଏଥିପାଇଁ ଶ୍ରୀ ପଣ୍ଡାଙ୍କ ନିକଟକୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି। ଆଗକୁ କର୍ମୀ ମାନଙ୍କୁ ନେଇ ତୃଣମୂଳ ସ୍ତରରୁ କଂଗ୍ରେସ ସଂଗଠନ କୁ ଅଧିକ କ୍ରିୟାଶୀଳ କରିବେ ବୋଲି ନଵ ନିଯୁକ୍ତ ସଭାପତି ସୀତାକାନ୍ତ ପଣ୍ଡା କହିଛନ୍ତି।
କଟକ ସଦର ବ୍ଲକ କଂଗ୍ରେସ ସଭାପତି ହେଲେ ସୀତାକାନ୍ତ ପଣ୍ଡା
